ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଉତ୍ସବ

ଯାଜପୁର:ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାକୁ ନେଇ ବହୁ କଳ୍ପନା ଜଳ୍ନନାର ଅନ୍ତ ଘଟିଛି । ହାଇକୋର୍ଟଙ୍କ ଦ୍ବାରା ରାୟ ପ୍ରକାଶ ପାଇବା ପରେ ସେବାୟତ ମାନଙ୍କ କୋଭିଡ୍ ପରୀକ୍ଷା କରାଯାଇ ଆଜି ସଂନ୍ଧ୍ୟାରେ ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଉତ୍ସବ । ପ୍ରଥମ ଦିନରେ ରଥ ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି ପରେ ମନ୍ଦିରରୁ ମାଙ୍କ ପ୍ରତିମାକୁ ସୁଶୋଭିତ ବିମାନରେ ରଥକୁ ଅଣାଯାଇଥିଲା । ଭଜନ କିର୍ତ୍ତନ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ଏହାପରେ ସେବାୟତଙ୍କ ଦ୍ବାରା ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ରଥ ପାଖରେ ନଥିଲେ କୌଣସି ଶ୍ରଦ୍ଧାଳୁ । କେବଳ ଉପସ୍ଥିତ ଥିଲେ ସେବାୟତ, ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ଆଉ କିଛି ଗଣମାଧ୍ୟମର ପ୍ରତିନିଧି । ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା ମା ଙ୍କର ଏହି ପୁରାଣ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ସ୍ଥଳୀକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯିବା ସହିତ ଚାରି ପଟ ରାସ୍ତାକୁ ସିଲ୍ କରାଯାଇଛି । ଏଥିସହ ବେଢା ଚାରିପଟେ ଲାଗୁ ହୋଇଛି 144ଧାରା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close