ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଦାୟିତ୍ୱ ଗ୍ରହଣ

କଟକ,୦୨ା୦୧(ବିଭୁତି ଭୂଷଣ ଜେନାଙ୍କ ଠାରୁ): ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡ଼ଙ୍ଗୀ, ଆଇ.ପି.ଏସ୍ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡ଼ି.ଜି.ପି ସୁନୀଲ କୁମାର ବଂସଲଙ୍କଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅରୁଣ କୁମାର ଷଡ଼ଙ୍ଗୀ ଆଇ.ପି.ଏସ୍ ପୋଲିସ ମୁଖ୍ୟାଳୟରେ ପହଂଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହା ପରେ ଡ଼ି.ଜି.ପି ଶ୍ରୀ ଷଡ଼ଙ୍ଗୀ ଶହିଦ ସ୍ମୃତି ସ୍ତମ୍ଭଠାରେ ମାଲ୍ୟାର୍ପଣ କରିଥିଲେ । ପରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡ଼ି.ଜି.ପି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ପୋଲିସକୁ ସଶକ୍ତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ପୋଲିସ ଅଧିକ ଶକ୍ତିଶାଳୀ ହେବ । ଏହି ଅତିରିକ୍ତ ଦାୟିତ୍ୱର ସମୟ ସୀମା ମଧ୍ୟରେ ସମସ୍ତଙ୍କ ସହଯୋଗରେ ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଯେମିତି କୌଣସି ଉଦାସୀନତା ଦେଖାନଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବି ବୋଲି ପ୍ରତିକ୍ରିୟା ରଖିଥିଲେ । ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ସହ ସମାଜକୁ ଅପରାଧ ମୁକ୍ତ, ଅପରାଧ ଦମନ ଏବଂ ସଶକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ ୧୯୯୦ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ବଲାଙ୍ଗୀର ଜିଲ୍ଲାର ମୂଳବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ ମଧ୍ୟରେ ସେ ରାୟଗଡ଼ା, ଜଗତସିଂହପୁର, ବ୍ରହ୍ମପୁର, କଟକ (ରେଲୱେ), ଏଟିସି (ଏନଫୋର୍ସମେଂଟ), କୋରାପୁଟ, ଖୋର୍ଦ୍ଧା, ରାଉରକେଲା, କ୍ରାଇମବ୍ରାଂଚର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ପରେ ଡ଼ି.ଆଇ.ଜି ଭାବେ ଉତର କେନ୍ଦ୍ରାଂଚଳ ରେଂଜ (ତାଳଚେର), ଅପରେସନ (ଭୁବନେଶ୍ୱର), ଆଇନ ଓ ଶୃଙ୍ଖଳା, କଟକ ସମେତ ବିପିଏସପିଏର ଆଇଜିପି (ଟ୍ରେନିଂ), ଆଇଜିପି (ଅପରେସନ), (ଗୁଇନ୍ଦା) ଭିଜିଲାନ୍ସ ଭାବେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ । ଏହାପରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ଏବଂ ନିର୍ଦ୍ଦେଶକ (ବିପିଏସପିଏ), ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲେ । ଏହାପରେ ତାଙ୍କର ସ୍ୱତନ୍ତ୍ରଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ହୋଇଥିଲେ । ଏବେ ମଧ୍ୟ ସେଠାରେ ସେ ନିର୍ଦ୍ଦେଶକ (ବିପିଏସପିଏ) ଭାବେ କାର୍ଯ୍ୟରତ ଅଛନ୍ତି । ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ, ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close