ପୃଷ୍ଠପୋଷକତା ଯୋଜନାରେ ସାମିଲ ହେଲେ ଅସହାୟ ଚ୍ଥାତ୍ର

ଯାଜପୁର, ୧୫ା୧୦: ଯାଜପୁର ଜିଲ୍ଳା ଧର୍ମଶାଳା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତର କିଆବାରିଆ ସାହିର ସଂଗ୍ରାମ ମଲ୍ଲିକ ନାମକ ଜଣେ ନବମ ଶ୍ରେଣୀ ଚ୍ଥାତ୍ରଙ୍କୁ ଶିଶୁ ସୁରକ୍ଷା ୟୁନିଟ୍‌ର ସହାୟତା ଯୋଜନାରେ ସାମିଲ କରାଯାଇଚ୍ଥି । ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସଂଗ୍ରାମଙ୍କ ଦୂରାବସ୍ଥା ସଂପର୍କରେ ତଥ୍ୟ ପ୍ରକାଶନ ପରେ ଜିଲ୍ଳ୍‌ାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତା ମିହିର ଜେନା ଓ ଶିଶିର ମଲ୍ଳିକ ଘଟଣାର ତଦନ୍ତ କରିଥିଲେ । ସେମାନେ ସଂପୃକ୍ତ ପରିବାର ନିକଟକୁ ଯାଇ ତଥ୍ୟ ହାସଲ କରିଥିଲେ । ୧୭ ବର୍ଷର ଅବିନାଶ ଓ ୧୪ ବର୍ଷର ସଂଗ୍ରାମ, ଏହି ଦୁଇ ନାବାଳକଙ୍କ ମା’ ମୃତ୍ୟୁ ବରଣ କରିଥିବା ବେଳେ ବାପା ଅଶୋକଙ୍କ ମାନସିକ ବିକୃତି କାରଣରୁ ୧୨/୧୩ ବର୍ଷ ଧରି ସେ କେଉଁଆଡେ ଚାଲିଯାଇଚ୍ଥନ୍ତି । ଦୁଇ ଶିଶୁ ନିଜ ଅଜା ଆଈଙ୍କ ପାଖରେ ରହୁଚ୍ଥନ୍ତି । ତେବେ ତାଙ୍କ ଅଜା ଓ ଆଈ ମଧ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର । ଅପର ପକ୍ଷରେ କୈାଣସି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନରେ ଏହି ନାବାଳକଙ୍କୁ ଚ୍ଥାଡିବାକୁ ସେମାନେ ସମ୍ମତ ହୋଇ ନ ଥିଲେ । ତେଣୁ ପିଲାର ସର୍ବୋତମ ସ୍ୱାର୍ଥ ପାଇଁ ନିଜ ପରିବାରରେ ରହିବା ପାଇଁ ସେମାନେ ପ୍ରଶାସନକୁ ଅନୁରୋଧ କରିଥିଲେ । ତେଣୁ ଶିଶୁ ସୁରକ୍ଷା ୟୁନିଟ୍‌ର ବ୍ୟବସ୍ଥା ଅନୁସାରେ ଘରେ ରହି ପଢିବା ସୁବିଧା ପାଇଁ ସ୍ପୋନସରସିପ୍ ବା ପୃଷ୍ଠପୋଷକତା ଯୋଜନା ମାଧ୍ୟମରେ ମାସିକ ୨ ହଜାର ଟଙ୍କାର ସହଯୋଗ ଦିଆଯାଇଚ୍ଥି । ସେହି ପରିବାର ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ରହିଚ୍ଥନ୍ତି ବୋଲି ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close