ନିର୍ବାଚନ ପୂର୍ବରୁ ଗ୍ରାମାଂଚଳ ସ୍ତରୀୟ ନେତା, ନେତ୍ରୀଙ୍କୁ ଇଣ୍ଡିଆନ ସିଟିଜେନ ପାର୍ଟିର ସହାୟତା ଘୋଷଣା

ଭୁବନେଶ୍ୱର, ୦୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାରେ ଆସନ୍ତା ବିଧାନସଭା ନିର୍ବାଚନରେ ଇଣ୍ଡିଆନ ସିଟିଜେନ ପାର୍ଟି ଭୋଟ ପାଇଁ ସରକାର ଗଢ଼ିଲେ ନିମ୍ନଲିଖିତ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ପାର୍ଟିର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି:
୧. ରାଜ୍ୟରେ ଇଣ୍ଡିଆନ ସିଟିଜେନ ପାର୍ଟି ଆସନ୍ତା ନିର୍ବାଚନରେ ଭୋଟ ପାଇଁ ସରକାର ଗଢ଼ିଲେ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟାମାନଙ୍କୁ ମାସିକ ୩୦,୦୦୦ ଟଙ୍କା ଦରମା ଦେବେ ବୋଲି କହିଛନ୍ତି ।
୨. ପୂର୍ବତନ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟାମାନଙ୍କୁ ମାସିକ ୧୫,୦୦୦ ଟଙ୍କା ପେନ୍‌ସନ ଦେବାକୁ ମଧ୍ୟ ଶ୍ରୀ ରାଉତ ପ୍ରତିଶ୍ରୁତି ଦେଇଛନ୍ତି ।
୩. ପରଲୋକଗତ ପୂର୍ବତନ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟାମାନଙ୍କ ପରିବାରକୁ ୭,୫୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ସେ କହିଛନ୍ତି ।
୪. ଜିଲ୍ଲା ପରିଷଦର ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୩୫,୦୦୦ ଟଙ୍କା ଦରମା ଦେବେ ବୋଲି କହିଛନ୍ତି ।
୫. ଜିଲ୍ଲା ପରିଷଦର ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୧୭,୫୦୦ ଟଙ୍କା ପେନ୍‌ସନ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
୬. ପରଲୋକଗତ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ପରିବାରକୁ ୮,୦୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ତାଙ୍କ ପାର୍ଟି ପକ୍ଷରୁ ଯୋଜନା ରହିଛି ।
୭. ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୫୦,୦୦୦ ଟଙ୍କା ଦରମା ଦେବେ ବୋଲି ଶ୍ରୀ ରାଉତ କହିଛନ୍ତି ।
୮. ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୨୫,୦୦୦ ଟଙ୍କା ପେନ୍‌ସନ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
୯. ପରଲୋକଗତ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ପରିବାରକୁ ୧୨,୫୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ତାଙ୍କ ପାର୍ଟି ପକ୍ଷରୁ ଯୋଜନା ରହିଛି ।
୧୦. ପଂଚାୟତ ସମିତି ସଭ୍ୟ, ସଭ୍ୟାମାନଙ୍କୁ ମାସିକ ୧୮,୦୦୦ ଦରମା ଦେବ ବୋଲି କହିଛି ।
୧୧. ପୂର୍ବତନ ପଂଚାୟତ ସମିତି ସଭ୍ୟ, ସଭ୍ୟାମାନଙ୍କୁ ମାସିକ ୯,୦୦୦ ଟଙ୍କାର ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୨. ପରଲୋକଗତ ପୂର୍ବତନ ପଂଚାୟତ ସମିତି ସଭ୍ୟ, ସଭ୍ୟାମାନଙ୍କ ପରିବାରକୁ ମାସିକ ୪,୫୦୦ଟଙ୍କା ପେନ୍‌ସନ ଦେବାକୁ କୁହାଯାଇଛି ।
୧୩. ପଂଚାୟତ ସମିତି ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ମାସିକ ୨୮,୦୦୦ ଟଙ୍କା ଦରମା ଦେବେ ବୋଲି କହିଛନ୍ତି ।
୧୪. ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୧୪,୦୦୦ ଟଙ୍କାର ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୫. ପରଲୋକଗତ ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ପରିବାରକୁ ମାସିକ ୭,୦୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବ ଇଣ୍ଡିଆନ ସିଟିଜେନ ପାର୍ଟି ।
୧୬. ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୩୦,୦୦୦ ଟଙ୍କା ଦରମା ଦେବେ ବୋଲି କହିଛନ୍ତି ।
୧୭. ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୧୫,୦୦୦ ଟଙ୍କାର ପେନ୍‌ସନ ଦେବାକୁ କୁହାଯାଇଛି ।
୧୮. ପରଲୋକଗତ ପୂବତନ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ପରିବାରକୁ ୭,୫୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ ଯୋଜନା ରହିଛି ।
୧୯. ୱାର୍ଡ଼ମେମ୍ବରଙ୍କୁ ମାସିକ ୪,୦୦୦ଟଙ୍କା ଦରମା ମିଳିବ ବୋଲି କୁହାଯାଇଛି ।
୨୦. ପୂର୍ବତନ ୱାର୍ଡ଼ମେମ୍ବରଙ୍କୁ ମାସିକ ୨,୦୦୦ ଟଙ୍କାର ପେନ୍‌ସନ ମିଳିବ ବୋଲି କୁହାଯାଇଛି ।
୨୧. ପରଲୋକଗତ ୱାର୍ଡ଼ମେମ୍ବରଙ୍କ ପରିବାରକୁ ମାସିକ ୧,୦୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ତାଙ୍କ ପାର୍ଟି ପକ୍ଷରୁ ଯୋଜନା ରହିଛି ।
୨୨. ନାଏବ ସରପଂଚଙ୍କୁ ମାସିକ ୧୬,୦୦୦ ଟଙ୍କାର ଦରମା ଦେବାକୁ ଆଇ.ସି.ପି ପକ୍ଷରୁ ଜାରି ହୋଇଛି ।
୨୩. ପୂର୍ବତନ ନାଏବ ସରପଂଚଙ୍କୁ ମାସିକ ୮,୦୦୦ ଟଙ୍କାର ପେନ୍‌ସନ ସୁବିଧା ମଧ୍ୟ ମିଳିବ ବୋଲି କୁହାଯାଇଛି ।
୨୪. ପରଲୋକଗତ ପୂର୍ବତନ ନାଏବ ସରପଂଚଙ୍କ ପରିବାରକୁ ୪,୦୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ଆଇ.ସି.ପି ପକ୍ଷରୁ କୁହାଯାଇଛି ।
୨୫. ସରପଂଚଙ୍କୁ ମାସିକ ୨୦,୦୦୦ ଟଙ୍କାର ଦରମା ଦେବେ ବୋଲି କହିଛନ୍ତି ।
୨୬. ପୂର୍ବତନ ସରପଂଚଙ୍କୁ ମାସିକ ୧୦,୦୦୦ ଟଙ୍କାର ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୭. ପରଲୋକଗତ ପୂର୍ବତନ ସରପଂଚଙ୍କ ପରିବାରକୁ ୫,୦୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ଆଇ.ସି.ପି ପକ୍ଷରୁ କୁହାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close