୦୨ କୁନି ଛୁଆକୁ ଛାଡି ମାଆ ଫେରାର, ସ୍ୱାମୀଙ୍କ ଯାଜପୁରରୋଡ ଥାନାରେ ଅଭିଯୋଗ, ଏସ.ପିଙ୍କ ଦ୍ୱାରସ୍ଥ

ଯାଜପୁର, ୧୩/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଂଚଳ ଓ ଯାଜପୁରରୋଡ ଆଦର୍ଶ ଥାନା ଅର୍ନ୍ତଗତ ମୁଣ୍ଡମାଳର ଆକାଶ ପାତ୍ରଙ୍କ ସ୍ତ୍ରୀ ଗତ ଗଣେଷ ପୂଜାରୁ ଘରୁ କେଉଁ ଆଡେ ପଳାଇ ଯାଇଛନ୍ତି । ସେ ତାଙ୍କୁ ସବୁଆଡେ ଖୋଜାଖୋଜି କରି ନିରାଶ ହେବା ପରେ ଯାଜପୁରରୋଡ ଆଦର୍ଶ ଥାନାରେ ଅଭିଯୋଗ କରିବା ସହ ଘଟଣା ବାବଦରେ ପାଣିକୋଇଲି ସ୍ଥିତ ଏସ.ପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାଯାଇଛି । ହେଲେ ସେ ଏପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀଙ୍କୁ ନ ପାଇଁ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ଆକାଶ ‘ଭାରତ ଗ୍ୟାସ ବିତରକ’ ସଂସ୍ଥାରେ ଜଣେ ଗାଡି ଚାଳକ ଓ ବିତରକ ଭାବେ ଦୀନ ମଜୁରି ଖଟୁଥିବା ବେଳେ ସ୍ତ୍ରୀ ଗଲା ପରେ ସେ ଦୁଇ ଦୁଇଟି ଶିଶୁ (ଗୋଟିଏ ପୁଅ ଓ ଗୋଟିଏ ଝିଅ)ର ଯତ୍ନ ନେବେ ନା କାମ କରି ପେଟ ପୋଷିବେ ଏହି ୦୨ଟିରୁ କେଉଁଟିକୁ ପ୍ରାଧାନ୍ୟ ଦେବେ ବୁଝିପାରୁ ନାହାନ୍ତି । ତେଣେ ଏସ.ପି ଅଫିସ ଠାରୁ ଥାନାକୁ ଦୈାଡ଼ି ଦୈାଡ଼ି ସେ ନୟାନ୍ତ ହେଲେଣି ସିନା ସ୍ତ୍ରୀର କିଛି ଖୋଜ ଖବର ପାଉ ନାହାନ୍ତି । କୁନି ଛୁଆ ୦୨ଟି ମଧ୍ୟ ମାଆକୁ ନ ପାଇଁ ଘରେ କରୁଥିବା କାନ୍ଦରୋଳ ଆକାଶ ଓ ପଡୋଣୀଙ୍କ ପାଇଁ ହୃଦୟ ବିଦାରକ ହୋଇଛି । ପୋଲିସ ପ୍ରଶାସନ ଏହି ଗରୀବ ପରିବାରର ଖୁସି ପାଇଁ ତା’ର ସ୍ତ୍ରୀ ଟିକିନା ପାତ୍ର (ସେନାପତି)କୁ ଖୋଜି ଠାବ କଲେ ସେ ଉଚିତ ନ୍ୟାୟ ପାଇପାରନ୍ତା ବୋଲି ନିଜ ପ୍ରତିକ୍ରିୟାରେ ଆକାଶ ‘ଉଦୟବଟ ଇ-ନ୍ୟୁଜ୍‌’କୁ କହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close