ଯାଜପୁରୋଡ଼ର ନହକା-ଚୋରଦା ମୁଖ୍ୟ ରାସ୍ତା ପରିବା ମାର୍କେଟ ପାଇଁ ଆବର୍ଜନାମୟ

ବ୍ୟାସନଗର, ୧୨/୧୦(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରାଂଚଳର ନହକା ଛକରୁ ଚୋରଦା ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଏବେ କୁଢ଼ କୁଢ଼ ପନିପରିବାର ଆବର୍ଜନା ପଡିରହୁଥିବାରୁ ପଚା ଗନ୍ଧ ସହ ରାସ୍ତା ଖସଡା ହୋଇ ଦୁର୍ଘଟଣା ପ୍ରବଣ ସାବ୍ୟସ୍ତ ହୋଇଛି । କରୋନା ମହାମାରୀ ପାଇଁ ଜିଲ୍ଲା ପ୍ରଶାସନ ବଜାରରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ପରିବା ମାର୍କେଟକୁ ଭାଗ ଭାଗ କରି ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଫଳରେ ନହକା ଛକରୁ ଚୋରଦା ଛକ ଯାଇଥିବା ରାସ୍ତା କଡ଼ରେ ପ୍ରତ୍ୟେହ ଶହ ଶହ ପରିବା ବେପାରୀ ପ୍ରାୟ ୭ମାସ ହେଲା ବସି ରହି ପନିପରିବା, ଆଳୁ, ପିଆଜ, ଫଳ ମୂଳ ଆଦି ବିକ୍ରିବଟା କରିଥାନ୍ତି । ମାତ୍ର ସେମାନଙ୍କ ବେପରୁଆ କାରବାର ପାଇଁ ରାସ୍ତା କଡ଼ରେ ଅଳିଆର ପୁତିମୟ ପରିସ୍ଥିତି ସୃଷ୍ଟି ହୋଇଛି । ପରିବା ବିକ୍ରି କରିସାରି ବଳକା ପଚା ପନିପରିବା, କଦଳୀ କାନ୍ଧିର ନାଡ, କଦଳୀ ପତ୍ର, ପଚା ଆଳୁ, ପଚା ଟମାଟୋ, ପଚା କଖାରୁ, ପିଆଜ, ରସୁଣ ଆଦିର ଚୋପା, ଚିରା ଅଖା, ବ୍ୟାଗ, ଜରି, ବସ୍ତା, ପରିବା ପ୍ୟାକିଂ ଚିରା ଜିନିଷ ଆଦିକୁ ରାସ୍ତା ପାଶ୍ୱର୍କୁ ଫିଙ୍ଗି ଦେଇ ଘରକୁ ପଳାଇଥାନ୍ତି । ବୁଲନ୍ତା ଗୋରୁଗାଈମାନେ ଏଗୁଡିକୁ ଖେଳାଇ ଖେଳାଇ କିଛି କିଛି ଖାଇ ଅବଶିଷ୍ଟକୁ ଏଣେତେଣେ ପକାଇ ଦିଅନ୍ତି । ବର୍ଷାରେ ଏସବୁ ପଚି ଗନ୍ଧ ହେବା ସହ ରାସ୍ତା ଖସଡା ହୋଇଥାଏ । ଲଗାଣ ବର୍ଷାରେ ଅବସ୍ଥା ଆହୁରି ଶୋଚନୀୟ ହୁଏ । ଏହିବାଟେ ସହରର ବିଭିନ୍ନ ସ୍ଥାନ, କୋରେଇକୁ ଓ କଳିଙ୍ଗନଗର ଶିଳ୍ପାଂଚଳ ସମେତ ପଡ଼ୋଶୀ କେଉଁଝର ଜିଲ୍ଲାର ରାମଚନ୍ଦ୍ରପୁର, ଆନନ୍ଦପୁର ପ୍ରଭୃତି ସ୍ଥାନକୁ ଯୋଗାଯୋଗ ରହିଛି । ରାସ୍ତାରେ ସାଇକେଲ, ମୋଟର ସାଇକେଲ, ମୋଟର ଯାନ ଆଦିରେ ଗଲା ବେଳେ ବହୁ ଅସୁବିଧା ସୃଷ୍ଟି ହେଉଛି । ପରିବା ବେପାରୀମାନେ ଦାୟିତ୍ୱବାନ ହୋଇ ପ୍ରତିଦିନର ବେପାର ଶେଷରେ ପରିବାର ଆବର୍ଜନାକୁ ରାସ୍ତା ଉପରେ ନ ପକାଇ ରାସ୍ତା ତଳେ ଗୋଟିଏ ଜାଗାରେ ଠୁଳ କରି ରଖିଲେ ଓ ସେଗୁଡିକୁ ପୈାର ପରିଷଦର ଗାଡି ଉଠାଇ ନେଲେ ଏପରି ଅବସ୍ଥା ସୃଷ୍ଟି ହୁଅନ୍ତା ନାହିଁ । ବରଂ ଏଥିରୁ ଭଲ ଖତ ପ୍ରସ୍ତୁତ ହୋଇପାରନ୍ତା । ନୋଚେତ୍ ଏଠାରେ ୨ ଦୈନିକ ଓଳି ଝାଡୁ ବ୍ୟବସ୍ଥା କରିବାକୁ କେତେକ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close