‘କଳିଙ୍ଗନଗର ବୁଲେଟିନ୍‌’ର ୧୧ତମ ବାର୍ଷିକୋତ୍ସବ ପାଳିତ

ବ୍ୟାସନଗର, ୨୫/୨(ଉ.ନ୍ୟୁଜ୍ ବ୍ୟୁରୋ): କଳିଙ୍ଗନଗର ଶିଳ୍ପାଂଚଳ ବ୍ୟାସନଗରରୁ ପ୍ରକାଶିତ ‘କଳିଙ୍ଗନଗର ବୁଲେଟିନ୍‌’ର ୧୧ତମ ବାର୍ଷିକୋତ୍ସବ ଆଜି ଶନିବାର ଅପରାହ୍ନରେ ସ୍ଥାନୀୟ ସେଲିବ୍ରେସନ ମଣ୍ଡପ ଠାରେ ‘କଳିଙ୍ଗନଗର ବୁଲେଟିନ୍‌’ର ସଂପାଦକ ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । ଏଥିରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ବକ୍ତା ଭବେ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ବ୍ୟାସନଗର ପୈାରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମ୍ବାଦପତ୍ରର ପ୍ରକାଶନ ଓ ଏହାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ୦୮ ଜଣ ବ୍ୟକ୍ତିବିଶେଷ ସର୍ବଶ୍ରୀ ଲକ୍ଷ୍ମଣ ମହିପାଲ (ସମାଜସେବୀ), ବିଦ୍ୟାଧର ମହାନ୍ତି (ଶ୍ରମିକ ନେତା), ଲୋପାମୁଦ୍ରା ସାହୁ (ସ୍ତମ୍ଭକାର), ପ୍ରଭାତ ରଂଜନ ପାତ (ଟାଟା ଷ୍ଟିଲ), ନରେଶ ମସ୍କରା (ସମାଜସେବୀ), ହରିହର ସ୍ୱାଇଁ (ସାମ୍ବାଦିକ ଓ ଅଭିନେତା), ପ୍ରକାଶ ରାଉତ (ସାମ୍ବାଦିକ), ଜ୍ୟୋତିସ୍ମିତା ନାୟକ(ସାମ୍ବାଦିକା) ପ୍ରମୁଖଙ୍କୁ ଉପଢ଼ୈାକନ, ପୁଷ୍ପଗୁଚ୍ଛ, ଉତରୀୟ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ‘କଳିଙ୍ଗନଗର ବୁଲେଟିନ୍‌’ର ସହଯୋଗୀ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଶରତ ପୋଥାଳ, ବରିଷ୍ଠ ସହ-ସଂପାଦକ ରବିନାରାୟଣ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close