ବାଜି ରାଉତଙ୍କ ଶହୀଦ ଦିବସ ଉପଲକ୍ଷେ ଯାଜପୁରରୋଡରେ ଶୋଭାଯାତ୍ରା ଓ ସଭା

ବ୍ୟାସନଗର, ୧୦/୧୦: ଆଜି ଶନିବାର ଅଲଇଣ୍ଡିଆ ଡି.ୱାଇ.ଓ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା କିଶୋର ଶହୀଦ ବାଜି ରାଉତଙ୍କ ଶହୀଦ ଦିବସ ଉପଲକ୍ଷେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଧର୍ମଶାଳା ବ୍ଲ୍‌୍‌କ୍‌ର ବାଲିକୁଦା ଠାରୁ ବାହାରି ଯାଜପୁର ଓ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ଅଂଚଳ ପରିକ୍ରମା କରି ଶହୀଦ୍ ପୀଠ ଢ଼େଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଠାରେ ପହଚିଂଥିଲା । ସେଠାରେ ଡି.ୱାଇ.ଓର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଶରତ ବାରିକଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଶହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଡି.ୱାଇ.ଓର ରାଜ୍ୟ ସଂପାଦକ କେଦାରନାଥ ସାହୁ, ସଂଗଠକ କୁଳମଣି ପରିଡ଼ା, ପ୍ରଶାନ୍ତ ମଲ୍ଲିକ, ପ୍ରେମାନନ୍ଦ ମଲ୍ଲିକ, ମନୋଜ ଭଂଜ, ତପନ ସିଂହ, ନୀଳକଣ୍ଠ ଜେନା, ଶିକ୍ଷକ ବିଦ୍ୟାଧର ବେହେରା ଏବଂ ଡି.ଏସ.ଓ ରାଜ୍ୟ କମିଟିର ସଭ୍ୟ ମନୋଜ ସେଠୀଙ୍କ ସମେତ ନଟ, ପାଣୁ, ଗୁରି, ଫଗୁ, ହୃଷି ଆଦି ଶହୀଦଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ସେଠାରେ ସଭାକାର୍ଯ୍ୟ ଶେଷ ପରେ ଶୋଭାଯାତ୍ରା ଯାଜପୁର ଜିଲ୍ଲାର ଜେନାପୁର ଅଭିମୁଖେ ଯାତ୍ରା କରିଥିଲା । ଜେନାପୁର ଠାରେ ଥିବା ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟଦାନ କଲାପରେ ବାଜି ରାଉତଙ୍କ ଜୀବନ ସଂଗ୍ରାମ ଉପରେ ବକ୍ତବ୍ୟ ରଖିଥିଲେ ଡି.ୱାଇ.ଓ ଜିଲ୍ଲା ସଂପାଦକ ଚୈତନ୍ୟ ମହାରଣା ଓ ପବିତ୍ର ସାହୁ ପ୍ରମୁଖ । ସଭାପତିଙ୍କ ଅବିଭାଷଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close