ଅସହାୟ ଶିଶୁକୁ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଥଇଥାନ

ଯାଜପୁର, ୯ା୧୦ : ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଏକ ଅସହାୟ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଚ୍ଥି । ଆଜି ଶୁକ୍ରବାର ସୁକିନ୍ଦା ବ୍ଳ୍‌କ କୁଆଁସ ପଂଚାୟତର ଚିରୁସାହିରେ ରହୁଥିବା ଏକ ଅସହାୟ ଶିଶୁ କନ୍ୟା ସଂପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ପାଇବା ପରେ ଜିଲ୍ଲାପାଳ ଶ୍ରୀ ରାଠୋର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରେଖା ଥଟାରୀ ନାମକ ୦୮ ବର୍ଷର ଏହି ବାଳିକା ନିଜର ପିତା ମାତାଙ୍କ ମୃତ୍ୟୁ ପରେ ନିଜ ଜନ୍ମ ସ୍ଥାନ ସାରୁଆବିଲିରୁ ଆସି ତାଙ୍କ ଦାଦାଙ୍କ ଘର ଚିରୁସାହିରେ ରହୁଥିଲେ । ନିଜର ସାବାଳକ ବଡ ଭାଇ ସହ ସେ ଦାଦା ଘରେ ରହି ସୁକରଙ୍ଗୀ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ । ତେବେ ଶିଶୁଟିର ଉପଯୁକ୍ତ ଲାଳନ ପାଳନ ଓ ଦେଖାଶୁଣାରେ ଅସୁବିଧା ପରିଲକ୍ଷିତ ହେଉଥିବା ଶିଶୁ ସୁରକ୍ଷା କର୍ମକର୍ତା ଅନୁଧ୍ୟାନରୁ ଦେଖିଥିଲେ । ଶିଶୁ ସୁରକ୍ଷା କର୍ମକର୍ତା ମିହିର କୁମାର ଜେନା, ରବିନ୍ଦ୍ର ନାଥ ସେଠୀ ପ୍ରମୁଖ ରେଖାଙ୍କ ଘର ଅନୁଧ୍ୟାନ କରିବା ପରେ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ମିଲିଟାରୀ ଚ୍ଥକ ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁ ଗୃହରେ ଥଇଥାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶିଶୁର ସ୍ଥିତି ସଂପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ସୂଚନା ଦିଆଯିବା ପରେ ଶିଶୁ ମଙ୍ଗଳ କମିଟିର ସୁପାରିଶ କ୍ରମେ ଅନ୍ନପୂର୍ଣ୍ଣା ଶିଶୁ ଗୃହରେ ରେଖାକୁ ରଖାଯାଇଥିଲା । ସେଠାରେ ରେଖାର ରହିବା, ଖାଇବା, ପଢିବା, ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଚ୍ଥି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି । ପ୍ରତ୍ୟେକ ପଂଚାୟତ ସ୍ତରରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ସରପଂଚମାନେ ଏହିଭଳି ଅବହେଳିତ ଅବସ୍ଥାରେ ରହିଥିବା ଶିଶୁମାନଙ୍କ ସଂପର୍କରେ ଅବଗତ ହେବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ସରପଂଚମାନଙ୍କୁ ଅନୁରୋଧ କରିଚ୍ଥନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close