କାଳିଆପାଣିରେ ରାସ୍ତା ନିର୍ମାଣର ୧୫ଦିନ ପରେ ରାସ୍ତା ନଷ୍ଟ, ଅଂଚଳବାସୀଙ୍କ ଅସନ୍ତୋଷ

ବ୍ୟାସନଗର, ୨୨/୧(ରବୀନ୍ଦ୍ର କୁମାର ଭଂଜଙ୍କ ଠାଉୁ): ଖଣି ସମୃଦ୍ଧ ଯାଜପୁର ଜିଲ୍ଲାର କାଳିଆପାଣି ଅଂଚଳରେ ହେଉଥିବା କେତେକ ନିମ୍ନମାନର ଓ ମନମାନି ନିର୍ମାଣ କାର୍ଯ୍ୟ ଉପରେ କେତେକ ସ୍ଥାନୀୟ ବ୍ୟକ୍ତିବିଶେଷ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ୦୩ଲକ୍ଷ ଟଙ୍କା ବ୍ୟୟରେ ମାତ୍ର ୧୫ ଦିନ ତଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଏକ ରାସ୍ତାର ବର୍ତମାନ ଅବସ୍ଥା ଦେଖିଲେ ମନରେ କ୍ଷୋଭ ଆସିବ! ସୁକିନ୍ଦା ବ୍ଲକ ଋାସୋଳ ଗ୍ରାମ ପଂଚାୟତର କଲରଙ୍ଗୀଅତା ସ୍କୁଲ ଛକରୁ ନିର୍ମିତ କଂକ୍ରିଟ ରାସ୍ତାଟି ଏବେ ଫାଟି କରି ଆଁ କରିଥିବା ବେଳେ ରାସ୍ତା ପାଶ୍ୱର୍ ଦବିଯାଇଥିବାର ଦେଖାଦେଇଛି । ସଂପୃକ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାମକୁ କ୍ୱଚିତ ଦେଖାଶଉଣା କରୁଥିଲେ ବୋଲି ଅଭିଯୋଗ ହେଉଛି । କାମଟି ବିନା ଫଳକରେ ମଧ୍ୟ ନିର୍ମିତ ହୋଇଛି । ନିମ୍ନମାନର କାମ ପାଇଁ ଏତେ ଅଳ୍ପ ଦିନରେ ରାସ୍ତାର ଅବସ୍ଥା ଶୋଚନୀୟ ହେଲା ବୋଲି କେତେକ କହୁଥିବା ବେଳେ କିପରି ଏହି କାମର ବିଲ ପାସ ହେଲା ଓ ବ୍ଲକ କର୍ତୃପକ୍ଷ କ’ଣ ସବୁଜାଣି ଶୁଣି ଚୁପ୍ ରହିଲେ କି ବୋଲି ପ୍ରଶ୍ନ ଉଠୁଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close