ରାଜଭବନ ପାଖ ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି, ବିସ୍ଫୋରଣରେ ଥରିଗଲା ରାଜଧାନୀ ସହର

ଭୁବନେଶ୍ୱର, ୦୭/୧୦(ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ): ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୧୦ମି. ସମୟରେ ରାଜଧାନୀ ଭୁବନେଶ୍ୱରର ଭି.ଭି.ଆଇ.ପି ରୋଡ ଭାବେ ପରିଗଣିତ ହେଉଥିବା ରାଜଭବନ ରାସ୍ତାରେ ଥିବା ‘ଇଣ୍ଡିଆନ ଅଏଲ’ ପେଟ୍ରୋଲ ପମ୍ପରେ ଅଚାନକ ଅଗ୍ନିକାଣ୍ଡ ଘଟି ପ୍ରଭୂତ କ୍ଷୟକ୍ଷତି ହେବା ସଂଗେ ସଂଗେ ସେତେବେଳେ ଟାଙ୍କିରେ ଥିବା ୫୦ଜଣଙ୍କ ମଧ୍ୟରୁ ୦୨ଜଣ ଗୁରୁତର ହୋଇଥିବାର ଜଣାଯାଇଛି । ଦୁର୍ଘଟଣା ଘଟିବା ମାତ୍ରେ ନିଆଁର ପ୍ରକୋପ ଏତେ ପ୍ରଖର ଓ ଭୟଙ୍କର ଥିଲା ତା’ ନିକଟକୁ ପୋଲିସ ଓ ଅଗ୍ନିଶମ ବିଭାଗ ଯିବାକୁ ଭୟ କରିଥିଲେ । ଖବର ପାଇ ସଂଗେ ସଂଗେ ଅଗ୍ନିଶମ ବିଭାଗର ୦୪ଟି ଟିମ୍ ସେଠାରେ ପହଚିଂ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ । ଜଳ ସ୍ପ୍ରେ କରାଯାଇଥିଲେ ହେଁ ନିଆଁ ସହଜରେ ପ୍ରଶମିତ ହୋଇ ନ ଥିଲା । ବରଂ ବିସ୍ପୋରଣ ଘଟି ଟାଙ୍କି ନିକଟସ୍ଥ ଅଂଚଳ ସମେତ ରାଜଧାନୀ ସହରର ୦୩କି.ମି ଦୂରତା ପର୍ଯ୍ୟନ୍ତ ବିସ୍ପୋରଣର ଝଟ୍‌କା ଅନୁଭୂତ ହୋଇଥିଲା । କମିଶନରେଟ ପୋଲିସ ଏହି ‘ଇଣ୍ଡିଆନ ଅଏଲ’ ପେଟ୍ରୋଲ ପମ୍ପକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ନିଆଁର ତୀବ୍ରତା ଏତେ ପ୍ରଖର ଥିଲା ଯେ ଏହାର ଧାସ ବହୁ କିଲୋମିଟର ପର୍ଯ୍ୟନ୍ତ ଆକାଶଚୁମ୍ବୀ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଭୟଙ୍କର କାଣ୍ଡରେ କେତେ ପାଶ୍ୱର୍ବର୍ତୀ କୋଠା, ଗଛ, ଧନଜୀବନ ଆଦି ପ୍ରଭାବିତ ହୋଇଛି ଓ ଅଗ୍ନିକାଣ୍ଡର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଆସନ୍ତା କାଲି ପ୍ରକୃତ କ୍ଷୟକ୍ଷତି ଜଣାପଡିବାର ସମ୍ଭାବନା ରହିଛି । ସେଠାରେ ଥିବା ୦୩ଟି ଟାଙ୍କି ମଧ୍ୟରୁ ଗୋଟିଏ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଟାଙ୍କିରେ ଥିବା କେତେକ ଯାନବାହାନ ଭାଙ୍ଗିରୁଜି ଯାଇଥିବାର ଜଣାଯାଇଛି । ଭୁବନେଶ୍ୱର ଡି.ସି.ପି ସୁଧାଂଶୁ ଶେଖର ଷଢ଼ଙ୍ଗୀ ଗଣମାଧ୍ୟମକୁ ଏ ସଂର୍ପକରେ ସୂଚନା ଦେବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close