ଦଳିତ ଗରୀବ ୧୦୦% ଅକ୍ଷମଙ୍କୁ ୮ ବର୍ଷରେ ୧୦ ଥର ଆବେଦନ ପରେ ବି ମିଳନାହିଁ ଭିନ୍ନକ୍ଷମ ଭତା: ଅଭାବ ପାଇଁ ପାଠ ଛାଡିଲେ ଝିଅ ପୁଅ; ମାଆଙ୍କୁ ମିଳୁ ନାହିଁ ରାସନ

ଧର୍ମଶାଳା,୪/୧୦(ଅନୀଲ କୁମାର ସାମନ୍ତରାୟଙ୍କ ଠାରୁ): ମୁଣ୍ଡ ଉପରେ ପରିବାରର ବୋଝ । ହେଲେ ପରିବାରର ରୋଜଗାରିଆ ମଣିଷଟି ଶହେ ଭାଗ ଅକ୍ଷମ । ଗଣ୍ଡେ ଖାଇ ଦଣ୍ଡେ ବଂଚିବାକୁ ପେଟ ପାଇଁ ଆବଶ୍ୟକ ଦାନା ଯୋଗାଡ ବି କାଠିକର ପାଠ । ଏଣେ ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୮ ବର୍ଷ ହେଲା ଏହି ଭିନ୍ନକ୍ଷମ ୧୦ ଥର ଆବେଦନ କଲା ପରେ ବି ମିଳୁନାହିଁ ଭିନ୍ନକ୍ଷମ ଭତା ।
ପ୍ରକାଶଥାଉକି, ଗାନ୍ଧୀ ଜୟନ୍ତି ପରେ ଧର୍ମଶାଳାରେ ଜନସଂପର୍କ ଯାତ୍ରାରେ ସାମିଲ ଥିବା ବେଳେ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କୁ ଏଭଳି ଅଭିଯୋଗ ଆଣିଥିଲେ ଧର୍ମଶାଳା ଅଂଟିଆ ପଂଚାୟତ କୁସ୍ତିରା ଗ୍ରାମର ରବିନ୍ଦ୍ର ଦଳାଇ । ଗତ ୨୦୧୨ ମସିହାରେ ରବିନ୍ଦ୍ର ୧୦୦ ଭାଗ ଶାରିରୀକ ଅକ୍ଷମର ପ୍ରମାଣପତ୍ର ପାଇଛନ୍ତି । ରବିନ୍ଦ୍ର ଜଣେ ଦଳିତ ଏବଂ ନିହାତି ଗରୀବ । ତାଙ୍କ ଉପରେ ନିର୍ଭରଶୀଳ ୦୫ଞ୍ଚପରାଣୀ କୂଟୁମ୍ବ । ରବିନ୍ଦ୍ର ହେଉଛନ୍ତି ପରିବାରର ମୁଖ୍ୟ ଏବଂ ତାଙ୍କ ରୋଜଗାରରେ ପରିବାର ଚଳେ । ହେଲେ ଭିନ୍ନକ୍ଷମ ରବିନ୍ଦ୍ର ପକ୍ଷରେ ପରିବାରର ପେଟ ପାଇଁ ଦାନା ଯୋଗାଡ କରିବା କାଠିକର ପାଠ ହୋଇ ପଡେ । ସେଥିପାଇଁ ରବିନ୍ଦ୍ରଙ୍କ ଝିଅ ସଂଜିତା ଦଳେଇ ସଫଳତାର ସହ ମାଟ୍ରିକ ପାସ କରିବା ପରେ ଅର୍ଥାଭାବରୁ ପାଠରେ ଡୋରି ବନ୍ଧାହେଲା । ଅନ୍ୟ ଦୁଇ ପୁଅ ମଧ୍ୟ ସେଇ ଅର୍ଥାଭାବରୁ ପାଠ ଛାଡିଛନ୍ତି । ରବିନ୍ଦ୍ରଙ୍କ ମାଆ କେଶନୀ ଦଳାଇ ୮୦ ବର୍ଷ ବୟସର ବୃଦ୍ଧା । ହେଲେ ଆଧାର କାର୍ଡ ଆଳରେ ତାଙ୍କୁ ଦିଆଯାଉ ନାହିଁ ରାସନ ସାମଗ୍ରୀ । କେଶନୀ ଆଧାର କାର୍ଡ ପାଇଁ ଫଟୋ ଉଠାଇଥିଲେ ମଧ୍ୟ ତାଙ୍କୁ ଆଧାର କାର୍ଡ ମିଳୁ ନ ଥିବା ବେଳେ ସେଥିପାଇଁ ଦଣ୍ଡ ଭୋଗୁଛନ୍ତି ଏହି ଭିନ୍ନକ୍ଷମ ପରିବାର । ଏଥିନେଇ ଅତୀତରେ ଧର୍ମଶାଳା ବି.ଡି.ଓ ଙ୍କ ଦୃଷ୍ଟି ଆକର୍ଷଣ ପରେ ଦୁଇଥର ପାଇଁ ରାସନ ମିଳିଥିଲା । ହେଲେ ପରେ ପୁଣି କେଶନୀଙ୍କ ରାସନ ବନ୍ଦ କରି ଦିଆଗଲା । ଏଭଳି ଦଃୁଖୀ ପରିବାର ଭିନ୍ନକ୍ଷମ ଭତା ପାଇବା ପାଇଁ ୧୦ ଥର ଆବେଦନ କରିଛନ୍ତି । ହେଲେ ତାଙ୍କୁ ଭତା ମିଳୁନାହିଁ । ସେଥିପାଇଁ ବ୍ୟବସ୍ଥା ଉପରେ ଭରସା ହରାଇଛନ୍ତି ଭିନ୍ନକ୍ଷମ ଗରୀବ ଦଳିତ ବ୍ୟକ୍ତି ରବିନ୍ଦ୍ର ଦଳାଇ । ତେବେ ସତୀଶଙ୍କ ଅନୁରୋଧ କ୍ରମେ ସେ ଶେଷଥର ପାଇଁ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ପତ୍ର ଲେଖିଚନ୍ତି । ଏଥର ଭତା ନ ମିଳିଲେ ସେ ଆଉ ଆବେଦନ କରିବେ ନାହିଁ ବୋଲି କାନ୍ଦି କାନ୍ଦି ମତ ଦେଇଛନ୍ତି ରବିନ୍ଦ୍ର । ତେବେ ଗରୀବ କଲ୍ୟାଣ ପାଇଁ ଗୁରୁତ୍ୱ ଦେଉଥିବା ନବୀନ ପଟ୍ଟନାୟକ ସରକାର ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ନୋଚେତ ଏଥିନେଇ ସେ ଲଢେଇ କରିବେ ବୋଲି ସତୀଶ ପ୍ରତିଶୃତି ଦେଇଛନ୍ତି । ପାଠ ଛାଡିଥିବା ତାଙ୍କର ଝିଅର ପାଠ ପଢା ପାଇଁ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସତୀଶ ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close