ଡ. ଶୁଭଙ୍କର ମହାପାତ୍ର ଯାଜପୁରର ନୂଆ ଜିଲ୍ଲାପାଳ

ଯାଜପୁର,(ବିଭୁତି ମୂଷଣ ଜେନା ଠାରୁ): ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଇ.ଏ.ଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସେହି ଆଧାରରେ ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଚକ୍ରବର୍ତୀ ସିଂହ ରାଠୋରଙ୍କୁ ପଂଚାୟତିରାଜ ଓ ପାନୀୟଜଳ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ଯାଜପୁରର ନୂଆ ଜିଲ୍ଲାପାଳ ଭାବେ ଡ. ଶୁଭଙ୍କର ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ସେ ରାଉରକେଲା ମହାନଗର ନିଗମର କମିଶନର ସହ ସ୍ମାର୍ଟ ସିଟିର ସି.ଇ.ଓ ଏବଂ ଏଡି.ଏମ୍ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ଆୟୋଜକ ଭାବେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିଲେ । ଭଦ୍ରକ ତିହିଡ଼ି ଅଂଚଳର ଶ୍ରୀ ମହାପାତ୍ର ଡାକ୍ତର ଚାକିରି ଛାଡ଼ି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close