ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ

ଯାଜପୁର, ତା ୨୦ା୮ : ଯାଜପୁର ଜିଲ୍ଲାରେ ଚଳିତ ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନିରବଚ୍ଚ୍ଥିନ୍ନ ବର୍ଷା ଯୋଗୁଁ ଜିଲ୍ଲାର ବ୍ୟାପକ ଜମି ଜଳ ପ୍ଳାବିତ ହୋଇଚ୍ଥି । ବିଶେଷକରି ବିଂଝାରପୁର ବ୍ଳ୍‌କର ବିସ୍ତୃତ ଅଂଚଳରେ ପାଣି ଜମିରହିଥିବାରୁ ତାହାର ସ୍ଥିତି ଅନୁଧ୍ୟାନ ପାଇଁ ବିଂଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଳ୍‌କ ଅଧ୍ୟକ୍ଷ ନନ୍ଦ ସାମଲ, ବି.ଡି.ଓ ମିନତୀ ଜଗଦ୍ଦେବ, ଅତିରିକ୍ତ ତହସିଲଦାର ଆର୍ଯ୍ୟଦିପ୍ତ ଆରଣ୍ୟକ ସାମନ୍ତରାୟ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଟିମ୍ ଶିଶିରଣା, ଟିଣା, କୁଆଁରପୁର, ବରପଦା, ଉତରକୂଳ, ସୁସୁନପୁର, ରାହାସ ଗୁହାଳୀ, ଗୁହାଳୀ, କପିଳା, ଆଉଁରୀ ବଳଭଦ୍ରପୁର, ପ୍ରୀତିପୁର ଇତ୍ୟାଦି ଅଂଚଳର ଜଳ ପ୍ଳାବିତ ଅଂଚଳର ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ବେଙ୍ଗନାଳ, କୁସୁନପୁର, କଣ୍ଟିତର, ମୁଥାନାଳି ମୁହାଣଗୁଡିକ ବନ୍ଦ ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଚ୍ଥି ବୋଲି ଚାଷୀମାନେ ଅବଗତ କରିଥିଲେ । ତତ୍‌କ୍ଷଣାତ୍ ଏହି ମୁହାଣ ଗୁଡିକୁ ଖୋଲିବା ପାଇଁ ଜଳ ନିଷ୍କାସନ ବା ଡ୍ରେନେଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ଏହାକୁ ତତ୍‌କ୍ଷଣାତ୍ କାର୍ଯ୍ୟକାରୀ କରାଇଥିଲେ । କିଚ୍ଥି ଲୋକ ମାଚ୍ଥ ଧରିବା ପାଇଁ ପ୍ରତ୍ୟେକ ଦିନ ଏହି ମୁହାଣକୁ ବନ୍ଦ କରୁଚ୍ଥନ୍ତି ବୋଲି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଲଗାତର ଏହାର ଅନୁଧ୍ୟାନ ଓ ଏଭଳି କାମ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଅପର ପକ୍ଷରେ ତହସିଲ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ବିଶେଷକରି ଗୃହ କ୍ଷତିର ତାଲିକା ପ୍ରସ୍ତୁତ କରିବାକୁ ସ୍ଥାନୀୟ ତହସିଲକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close