ବ୍ୟାସପ୍ରିଣ୍ଟ ମିଡ଼ିଆ ଆସୋସିଏସନର ସାଧାରଣ ପରିଷଦ ବୈଠକ

ବ୍ୟାସନଗର, ୩୧/୧ : ଅଗ୍ରଣୀ ସାମ୍ବାଦିକ ସଂଘ ବ୍ୟାସ ପ୍ରିଣ୍ଟ ମିଡ଼ିଆର  ସାଧାରଣ ପରିଷଦ ବୈଠକ ଓ ବଣଭୋଜି ବ୍ୟାସ ସରୋବର ସ୍ଥିତ ବ୍ୟାସ ଭୂମି ମହିମା ସେବା ଚାରିଟେବୁଲ ଟ୍ରଷ୍ଟ ନିକଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ସଭାପତି ହାରାଧନ ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ସହିତ ୨୦୨୩ ବର୍ଷର ଆୟବ୍ୟୟ ହିସାବ ପ୍ରଦାନ କରିଥିଲେ l ଏହି ଅବସରରେ ସଭାପତି ଭାବେ ହାରାଧନ ବାନାର୍ଜୀ  ଓ ସାଧାରଣ ସମ୍ପାଦକ ଭାବେ ଚିନ୍ତାମଣି ପାଢ଼ୀ  ପୂର୍ବପରି କାର୍ଯ୍ୟ ତୁଲାଇବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ଗୃହୀତ ହୋଇଥିଲା l ଆଗାମୀ ଦିନରେ ବର୍ଷବ୍ୟାପି ସଂଘର ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ବଦ୍ଧରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା l ସଭାପତି ଶ୍ରୀ ବାନାର୍ଜୀ ଓ ସମ୍ପାଦକ ଶ୍ରୀ ପାଢୀଙ୍କ ସମେତ ବୈଠକରେ ବରିଷ୍ଠ ସାମ୍ବାଦିକ ଶରତ ପଥଳ, ବିଜୟ କୁମାର ସାହୁ, ଉମାକାନ୍ତ ରାଉତ, ଦୁଷ୍ମନ୍ତ ରାଉତ, ଯଜ୍ଞଦତ୍ତ ତ୍ରିପାଠୀ, ପ୍ରଦ୍ୟୁମ୍ନ ବୋଇତେଇ, ଦେବେନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ପାତ୍ର, ଭରତ ରାଉତ, କୈଳାଶ ରାଉତ, ଜ୍ଞାନରଞ୍ଜନ ରାଉତ, ବିଶ୍ୱରଞ୍ଜନ ପଟ୍ଟନାୟକ ଓ ସୁଦିପ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ଶେଷରେ  ଭରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close