ଧନେଶ୍ୱର ନିକଟସ୍ଥ ଏଚ୍‌.ପି ତୈଳ ଟାଙ୍କିରୁ ଭେଜାଲ ତେଲ ଦିଆଯାଉଥିବାର ଅଭିଯୋଗ, ଯାନର ଯାନ୍ତ୍ରିକ ତୃଟି ପରିଲକ୍ଷିତ

ବ୍ୟାସନଗର, ୦୨/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବ୍ୟାସନଗର ସହର ଉପକଣ୍ଠ ପାଣିକୋଇଲି-ଯାଜପୁରରୋଡ ରାସ୍ତାର ଧନେଶ୍ୱର ନିକଟସ୍ଥ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଟାଙ୍କିରୁ ଅପମିଶ୍ରିତ ତେଲ ଦିଆଯାଉଥିବାର ଅଭିଯୋଗ ଆସିଛି । ଆଜି ଅପରାହ୍ନ ପ୍ରାୟ ୪ଟା ୩୦ମି. ସମୟରେ କୋରାଇ ଥାନା ଅର୍ନ୍ତଗତ ଜହ୍ନାକଣା ଗ୍ରାମର ଯୁବକ ମନୋରଂଜନ ବିଶ୍ୱାଳ ଏହି ଟାଙ୍କିରୁ ୫୦୦ଟଙ୍କାର ପେଟ୍ରୋଲ ପକାଇ ମାତ୍ର ୨୦୦-୩୦୦ ମିଟର ରାସ୍ତା ଆସିବା ପରେ ତାଙ୍କ ମୋଟର ସାଇକେଲଟି ପାଟୁଳି ଛକ ନିକଟରେ ଅଟକି ଯାଇଥିଲା । ବହୁ ଚେଷ୍ଠା ପରେ ମଧ୍ୟ ଏହା ଆଉ ଷ୍ଠାର୍ଟ ନ ହେବାରୁ ସେ ଗ୍ୟାରେଜକୁ ଦେଖାଇବା ପରେ ଅପମିଶ୍ରିତ ତେଲ ପକାଇ ଏପରି ଅସୁବିଧାରେ ପଡ଼ିଛନ୍ତି ବୋଲି ଜାଣିବାକୁ ପାଇଥିଲେ । ପୂର୍ବରୁ ଏହି ଟାଙ୍କିରେ ଏପରି ଭେଜାଲ ତେଲ ଦିଆଯାଉଥିବାର ଶୁଣାଯାଉଥିଲା । ଏ ବାବଦରେ ଯୁବକ ଜଣକ ଅଭିଯୋଗ କଲା ପରେ ଟାଙ୍କି ପକ୍ଷରୁ ତାଙ୍କୁ ଡାକି ଗାଡି ସଜାଡିବା ଖର୍ଚ୍ଚ ବହନ କରିବାର ମୁଲଚାଲ ହୋଇଥିବାର ଜଣାଯାଇଛି । ଏହି ତେଲ ଟାଙ୍କିରୁ ତେଲ ପକାଇ ଆଜି ଏକ ଟ୍ରକର ଯାନ୍ତିକ ତୃଟି ଦେଖାଦେବାରୁ ତାହା ଟାଙ୍କି ନିକଟରେ ଠିଆ ହୋଇଥିବାର ଦେଖାଦେଇଛି । କରୋନା ବେଳେ ବହୁ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ପନିପରିବା ଆଦିର ଆକାଶଛୁଆଁ ମୂଲ୍ୟକୁ ନେଇ ସାଧାରଣ ଲୋକେ ବେଶ ଚିନ୍ତିତ ଥିବା ବେଳେ ବିଭିନ୍ନ ପ୍ରକାରର ଠକେଇ ଜନଜୀବନକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି । ପ୍ରଶାସନ ତୁରନ୍ତ ଏହା ଉପରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close