ରସୁଲପୁରର ଗରିପୁର ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରସୁଲପୁର, ୦୨/୧୦(ପଦ୍ମଲୋଚନ ନାୟକଙ୍କ ଠାରୁ): ସ୍ଥାନୀୟ ରସୁଲପୁର ବ୍ଲକ୍ ବାହାଦଲାପୁର ଗ୍ରାମ ପଂଚାୟତ ଅର୍ନ୍ତଗତ ଗରିପୁର ଉ.ପ୍ରା ବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଦୀର୍ଘ ୨୧ ବର୍ଷ ଧରି ଏଠାରେ ମହାସମାରୋହରେ ଏହି ଦିବସ ପାଳିତ ହୋଇଥାଏ । ରସୁଲପୁର ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆଜିର ଦିବସରେ କାର୍ଯ୍ୟକ୍ରମ ଜରିଆରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥାଏ । ହେଲେ ଚଳିତ ବର୍ଷ କରୋନା ବିଶ୍ୱ ମହାମାରୀ କାରଣରୁ କଟକଣା ଥିବାରୁ ଏହାକୁ ଏଥରଅଳ୍ପ ସଂଖ୍ୟକ ବ୍ୟକ୍ତିବିଶେଷଙ୍କୁ ନେଇ ସାମାଜିକ ଦୂରତା ଅବଲମ୍ବନ ରଖି ଓ ମାସ୍କ ପରିଧାନ କରି ପାଳନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଗାନ୍ଧି କମିଟିର ସଭାପତି ତଥା ପୂର୍ବତନ ସରପଂଚ ପଦ୍ମନାଭ ବାଭି ଅଧ୍ୟକ୍ଷତା କରିଥିଲେ । ଏଥିରେ କମିଟିର ସଂପାଦକ ଚନ୍ଦ୍ରଶେଖର ନାୟକ, ପ୍ରତିଷ୍ଠାତା ସଭ୍ୟ ତଥା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାମଦେବ ସାହୁ, କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ମହାନ୍ତି, କୁଆଖିଆ ମହୋତ୍ସବ କମିଟିର ସଭାପତି ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଚର୍ତୁଭୂଜ ଦ୍ୱିବେଦୀ, ସମାଜସେବୀ ପ୍ରହ୍ଲାଦ ପଣ୍ଡା, ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ, ସାମ୍ବାଦିକ କଳ୍ପତରୁ ପଣ୍ଡା, ଶିକ୍ଷାବିଦ୍ ବୈଦ୍ୟନାଥ ସାହୁ, ପୂର୍ବତନ ସମିତି ସଭ୍ୟ ବଟକୃଷ୍ଣ ସାହୁ, କବି ପାଣ୍ଡବ ଦାସ ପ୍ରମୁଖ ଅଂଶଗ୍ରହଣ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close