ଆଜି ଗାନ୍ଧିଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦ୍ଧେଶ୍ୟରେ ……

ଯାଜପୁର; ୦୨/୧୦: ଭାରତ ଇଂରେଜ ଶାସନାଧୀନ ଥିବାବେଳେ ମହମାନବ ମହାତ୍ମାଗାନ୍ଧୀଙ୍କର ଆବିର୍ଭାବ ହୋଇଥିଲା । ସେ ତାଙ୍କର ଅହିଂସା ରୂପକ ମନ୍ତ୍ର ଦ୍ୱାରା ଭାରତକୁ ଇଂରେଜମାନଙ୍କଠାରୁ ମୁକ୍ତ କରିଥିଲେ । ୧୯୪୭ ଅଗଷ୍ଟ ୧୫ତାରିଖରେ ପରାଧୀନ ରାଷ୍ଟ୍ର ଭାରତ ସ୍ୱାଧୀନତା ଲାଭ କରିଥିଲା । ସତ୍ୟ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଜାତିର ଜନକ ଭାବେ ପରିଚିତ ହେଲେ । ତାଙ୍କର ଜନ୍ମ ୧୮୬୯ ମସିହା  ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ହୋଇଥିଲା । ତାଙ୍କର ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ଗାନ୍ଧିଜୀଙ୍କ ଜୀବନର କେତେକ ବୈଶିଷ୍ଟ୍ୟ ମଧ୍ୟରେ ଚରିତ୍ରଗଠନ,ଅହିଂସା ପରମ ଧର୍ମ , ସମୟାନୁବର୍ତିତା,ନିୟମାନୁବର୍ତିତା ଓ ଅସ୍ପୃଶ୍ୟତା ନିବାରଣ ଥିଲା । ଗାନ୍ଧିଜୀ ଆଜି ଇହଜଗତରେ ନାହାନ୍ତି ସତ୍ୟ କିନ୍ତୁ ତାଙ୍କର ଆଦର୍ଶ ବିଶ୍ୱବାସୀଙ୍କୁ ନିୟନ୍ତ୍ରିତ କରୁଛି। ତାଙ୍କର ସତ୍ୟ,ଆଦର୍ଶ,ଦେଶପ୍ରେମ, ତ୍ୟାଗ ଓ କର୍ମ ପ୍ରେରଣା ଦେଶବାସୀଙ୍କୁ ଦିଗଦର୍ଶନ ଦେଉଛି। ଏ ଜାତି ଆଜି ତାଙ୍କ ନିକଟରେ ଚିରସ୍ମରଣୀୟ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close