ଶିଶୁ ଓ ମାତୃ ମଙ୍ଗଳ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରା ସମୀକ୍ଷା

ଯାଜପୁର, ୦୨ା୦୬(ଉ. ନ୍ୟୂଜ୍ ବ୍ୟୁରୋ): ଆଜି ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶିଶୁ ଓ ମାତୃ କଲ୍ୟାଣ ଯୋଜନାଗୁଡିକ ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତ୍ତୀ ସିଂହ ରାଠୋର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଙ୍ଗନୱଡି କର୍ମୀ, ଅଙ୍ଗନୱାଡି ସୁପରଭାଇଜର, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ପୋଷଣ ଓ ମମତା ଯୋଜନାରେ ନିୟୋଜିତ କର୍ମଚାରୀ, ସ୍ୱେଚ୍ଚ୍ଥସେବୀ ଅନୁଷ୍ଠାନ, ଆକ୍ସନ ଏଡ୍ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ସମେତ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେଗୁ୍ୱଡିକର ଆଶୁ ସମାଧାନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଠୋର ଶୂନ୍ୟରୁ ୬ ମାସ ପର୍ଯ୍ୟନ୍ତ ଶିଶୁ, ୬ ମାସରୁ ୩ ବର୍ଷର ଶିଶୁ ଏବଂ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ତଥା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୋଷଣ ଯୋଜନାରେ ଦୈନନ୍ଦିନ ପୁଷି୍ଟକର ଆହାର କ୍ଷେତ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ଅଙ୍ଗନୱାଡି ସୁପରଭାଇଜରମାନେ କିଭଳି ଭାବେ ସ୍ୱାସ୍ଥ୍ୟସେବା ପରିଚାଳନା କରୁଚ୍ଥନ୍ତି ଏବଂ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଚ୍ଥନ୍ତି ସେ ସଂପର୍କରେ ପଚାରି ବୁଝିଥିଲେ । ସେହିପରି ପୋଷଣ କାର୍ଯ୍ୟକ୍ରମର ମାସିକ ଅଗ୍ରଗତି ଇ-ପ୍ରଗତିର ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଗୋଷ୍ଠୀଗତ ପରିଚାଳନାରେ ପୂର୍ଣ୍ଣ ଆହାର ଯୋଗାଇ ଶିଶୁ ଓ ମା’ମାନଙ୍କର କୁପୋଷଣ ଦୂର କରିବା, ପୋଷଣ ଯୋଜନାକୁ ତ୍ୱରାନ୍ୱିତ କରିବା, ପୋଷଣ କାର୍ଯ୍ୟକ୍ରମରେ ଆଧାର ସଂଯୋଗର ଅଗ୍ରଗତି, ଅଙ୍ଗନୱାଡି କେନ୍ଦ୍ର ଗୁଡିକର ସୁପରିଚାଳନା, ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ ଯୋଜନାର ଭିତ୍ତିଭୂମି, ଅଙ୍ଗନୱାଡି କର୍ମୀମାନଙ୍କର କାର୍ଯ୍ୟଧାରା ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକର ସ୍ୱାସ୍ଥ୍ୟବର୍ଦ୍ଧକ ତଥ୍ୟ ସିଡିପିଓ ଏବଂ ବିଡିଓମାନଙ୍କୁ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଯାଜପୁରରୋଡ ଏବଂ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପରିଚାଳିତ ହେଉଥିବା ପୋଷଣ ସହାୟତା କେନ୍ଦ୍ର ଏବଂ ମମତା ଯୋଜନା ଉପରେ ଜିଲ୍ଲାପାଳ ଶ୍ରୀ ରାଠୋର ବିସ୍ତୃତ ଭାବେ ବିଭିଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସମୀକ୍ଷା କରି ତୃଣମୂଳ ସ୍ତରରେ ଯେଉଁ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ଶ୍ରେଷ୍ଠ ସେବା ପ୍ରଦର୍ଶନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।
   ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର କାଜଲ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶିବାଶିଷ ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ ମଞ୍ଚାସୀନ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ସଂଜୁଲତା ଘଡାଇ, ସ୍ୱେଚ୍ଚ୍ଥସେବୀ ଅନୁଷ୍ଠାନ ଆକ୍ସନ ଏଡ୍‌ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ଡିଗାଲ, ମମତା ଯୋଜନା ଓ ପୋଷଣର ପ୍ରକଳ୍ପ ସଂଯୋଜକଙ୍କ ସମେତ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଅଙ୍ଗନୱାଡି ସୁପରଭାଇଜର, ସିଡିପିଓ, ସେଚ୍ଚ୍ଥାସେବୀ ଅନୁଷ୍ଠାନ, ମହିଳା ସୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close