ଭୁବନେଶ୍ୱର ଚନ୍ଦ୍ରଶେଖରପୁର JEE ପରୀକ୍ଷା ସେଣ୍ଟର ସାମ୍ନାରେ ପାର୍କିଂର ସମସ୍ୟା

ଭୁବନେଶ୍ୱର, ୨୭/୯ : (ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କଠାରୁ) ରାଜ୍ୟର ବିଭିନ୍ନ ସ୍ଥାନରେ  JEE ଆଡ଼ଭାନ୍ସଡ଼ ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ହୋଇଯାଇଛି। ଏଥିପାଇଁ ସାରା ଦେଶରେ ୧ଲକ୍ଷ୍ ୬୦ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ଏହି ପ୍ରବେଶିକା ପରୀକ୍ଷା ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ହୋଇଥିଲା । ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ୱର,କଟକ,ବ୍ରହ୍ମପୁର,ସମ୍ବଲପୁର, ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ପରୀକ୍ଷା ସେଣ୍ଟର ଗୁଡିକରେ କୋଭିଡ ନିୟମକୁ ଅନୁସରଣ କରି ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ଥିବା ଅନଲାଇନ ସେଣ୍ଟରରେ ବହୁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଦୁଇଟି ସିଫ୍ଟରେ ପରୀକ୍ଷା ର ଆୟୋଜନ କରାଯାଇଥିଲା। ଏଥି ସହିତ ସେଣ୍ଟର ପାଖରେ ପାର୍କିଂର ସୁବିଧା ନ ଥିବାରୁ ଗାଡିଚାଳକଙ୍କୁ ବହୁ ସମସ୍ୟାରେ ସମୁଖୀନ ହେବାକୁ ପଡିଥିଲା। ଥାନା ପାଖରୁ ରାସ୍ତା କାର୍ଯ୍ୟ ପାଇଁ ରାସ୍ତାର କିଛି ଅଂଶ ଅବରୋଧ କରାଯାଇଥିବା ଫଳରେ ଗାଡି ପାର୍କିଂ ପାଇଁ ରାସ୍ତାର ଦୁଇ ପାର୍ଶ୍ଵ ଅବରୋଧ ହୋଇଥିବାର ଦେଖିବାକୁ ମିଳିଥିଲା । ଗାଡିଚାଳକଙ୍କୁ ବହୁତ ଦୂରରେ ପାର୍କିଂ କରିବାକୁ ପଡିଥିଲା ଯାହା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close