ରସୁଲପୁରର ସରିଫାବାଦରେ କରୋନା ଚିହ୍ନଟ ପାଇଁ ସ୍ୱାବ୍ ପରୀକ୍ଷା

କୁଆଖିଆ, ୨୬/୦୯(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ଗ୍ରାମ ପଂଚାୟତର ସରିଫାବାଦ୍ ଗ୍ରାମ ସ୍କିତ ଗିରିଧାରୀ ପାର୍ବତୀ ଦେବୀ ଉଚ୍ଚ ବିଦ୍ୟାଳୟରେ ଗତ କାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କରୋନା ପାଇଁ ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଗତ କାଲି ୩୧ ଜଣଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବନ୍ୟା ପରେ ସଂକ୍ରମଣର ମାତ୍ରା ବଢ଼ୁଥିବାରୁ ଏଠାରେ ବେଶି ସଂଖ୍ୟାରେ ପରୀକ୍ଷା କରିବାର ଆବଶ୍ୟକତା ଦେଖାଦେଇଛି ବୋଲି କୁହାଯାଉଛି । ଏହି କରୋନା ପରୀକ୍ଷାରେ ହାଇ-ଟେକ୍ କଲେଜର ପ୍ରଶାସନିକ ଅଧିକାରୀ ଚନ୍ଦ୍ରଶେଖର ନାୟକ, ବାହାଦଲାପୁର ସରପଂଚଙ୍କ ପ୍ରତିନିଧି ଶିଶିର କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ମଧୁବନ ମେଡିକାଲ ଡ଼ାକ୍ତର ବିଶ୍ୱ ରଂଜନ କର, ଡ଼ା. ବସନ୍ତ ପଣ୍ଡା, ଷ୍ଟାଫ୍‌ମାନଙ୍କ ସହ ଯାଜପୁର ଟାଉନ କୋଭିଡ଼ ମେଡିକାଲ ଷ୍ଠାଫ୍ ପ୍ରମୁଖ ସହାୟତା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close