ବାପାଙ୍କ କରୋନାରେ ଓ ମାଆଙ୍କ କ୍ୟାନସରରେ ଦେହାନ୍ତ ହେବାରୁ ଯାଜପୁରରୋଡ ଭଟିଆର ୦୨ ଶିଶୁ ଅନାଥ ହେଲେ

ବ୍ୟାସନଗର,୨୦/୬(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବାପା ମା ଚାଲିଗଲା ପରେ ଅନାଥ ହୋଇଗଲେ ଦୁଇଜଣ ଶିଶୁ । ଯାଜପୁରରୋଡ ସ୍ତିତ ଭାଟିଆ ଗ୍ରାମର ସନାତନ ମଳିକ ଜଣେ ଅଟୋ ଚାଳକ । ତାଙ୍କର କରୋନାରେ ୦୯/୦୫/୨୦୨୧ରେ ଦେହାନ୍ତ ହୋଇଥିଲା । କିନ୍ତୁ ଦୁଃଖର କଥା ତାଙ୍କର ସ୍ତ୍ରୀ କ୍ୟାନସରରେ ପିଡୀତ ଥିଲେ ସେ ମଧ୍ୟ ୧୬/୬/୨୦୨୧ ଶେଷ ରଜ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇ ଛୋଟ ପିଲା । ଜଣେ ପୁଅ ଛ ବର୍ଷ ତାକୁ । ଆଉ ଜଣେ ଦଶ ମାସର ଝିଅ । ତାଙ୍କ ପରିବାରରେ ଆଉ କେହିନାହାନ୍ତି। ସେଥିପାଇଁ ତାଙ୍କର ଅଜା ପଞ୍ଚାନନ ତରେଇ ଶ୍ରୀବନ୍ତପୁର ପଂଚାୟତ ଭଣ୍ଡାରୀପଡା ଭଗତ ଭଗବାନପୁର ଠାରେ ଅଛନ୍ତି । ତାଙ୍କ ଅଜାଘର ଚଳିବା ଭାରି କଷ୍ଟ ପିଳାଦୁଇଟିକୁ ପୋଷିବେ କିପରି। ଗ୍ରାମବାସୀଙ୍କ ତରଫହରୁ ସରକାରଙ୍କୁ ଅନୁରୋଧ ପିଲା ଦୁଇଟିର ଭବିଷ୍ୟତ ଏବେ ସରକାରଙ୍କ ଦୃଷ୍ଟି ଉପରେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close