ଡ଼କାୟତି ଯୋଜନା ପଣ୍ଡ, ୦୪ ଡ଼କାୟତ ଗିରଫ, ମାରଣାସ୍ତ୍ର ଜବତ

ବ୍ୟାସନଗର, ୨୬/୯: ଯାଜପୁରରୋଡ଼ ଆଦର୍ଶ ଥାନା ପକ୍ଷରୁ ଗତ କାଲି ରାତ୍ରୀରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ପୋଲିସ ସଦଳବଳେ ମୁଣ୍ଡମାଳସ୍ଥିତ ସରୋବର ଅଂଚଳରେ ଥିବା ମାଉସୀ ମା’ ମନ୍ଦିର ନିକଟରେ ଡ଼କାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ଦଳ ଉପରେ ଅତର୍କିତ ରେଡ କରି ଘଟଣାସ୍ଥଳରୁ ୦୪ ଜଣ ଡ଼କାୟତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୦୩ଜଣ ଅନ୍ଧାରରେ ଖସି ଫେରାର ହୋଇଯାଇଥିଲେ । ସେମାନେ ସ୍ଥାନୀୟ ପୈାର ପରିଷଦର ୧୭ନଂ. ୱାର୍ଡ଼ ଗାୟତ୍ରୀ ବିହାର ଅଂଚଳରେ ଡକାୟତି କରିବାକୁ ଯୋଜନା କରୁଥିବାର ପୋଲିସ ଜାଣିବାକୁ ପାଇଛି । ପୋଲିସ ସେମାନଙ୍କ ଠାରୁ ୦୨ଟି ମୋଟର ବାଇକ, ଗୋଟିଏ ଲୁହା ରଡ଼(ଶାବଳ), ଭୁଜାଲି, ୦୨ଟି ଜୀବନ୍ତ ବୋମା, ୦୨ଟି ଟାବଲେଟ, ୦୭ଟି ମୋବାଇଲ ଫୋନ, ୦୧ଟି ନେଟ୍ ଡଙ୍ଗଲ, ୦୧ଟି ୱୟାରଲେସ ସ୍ପିକର ଆଦି ଜବତ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଡକାୟତମାନେ ହେଲେ ସ୍ଥାନୀୟ ମୁଣ୍ଡମାଳର ଚିନ୍ମୟ ପ୍ରଧାନ (୧୯ ବର୍ଷ) ଓ ମନୋଜ ପାତ୍ର (୨୫ ବର୍ଷ), ପନାସିଆର ଆକାଶ କୁମାର (୨୬ ବର୍ଷ), ଲକ୍ଷ୍ମୀନଗରର ଶ୍ରୀକାନ୍ତ ସାହୁ ଓରଫ ଚଗଲା (୨୩ ବର୍ଷ) । ଏସମସ୍ତଙ୍କ ଘର ବ୍ୟାସନଗର ସହରରେ । ଏହି ଘଟଣାରେ ପୋଲିସକୁ ବଡ ସଫଳତା ମିଳିଥିବାର କୁହାଯାଉଛି । ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ପୋଲିସ ଅଧିକାରୀ ପବିତ୍ର ମହାରଣା ଓ ତାଙ୍କ ଟିମ ବିଭିନ୍ନ ଚୋର ଦଳକୁ ଠାବ କରିବାରେ ସଫଳ ହେଉଥିବା ବେଳେ ସହରରେ ଅପରାଧ ନିୟନ୍ତ୍ରଣରେ ଅନେକାଂଶରେ ସଫଳ ହେଉଥିବାରୁ ଜନସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଏଣେ କରୋନା ଭଳି ମହାମାରୀ ବେଳେ ଚୋରୀ, ନାରୀ ଭଳି ଅପରାଧ ବଢ଼ୁଥିବାରୁ ଚିନ୍ତା ପ୍ରକାଶ ପାଇଛି । ବହୁ କମ ବର୍ଷର ଗରୀବ ଶ୍ରେଣୀର ଯୁବକମାନେ ଏଥିରେ ସାମିଲ ହେଉଥିବାର ପରିଲକ୍ଷିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close