କେନ୍ଦ୍ରର ବଡ ଘୋଷଣା ଲାଗୁ ହେବାକୁ ଯାଉଛି କର୍ମଚାରୀଙ୍କ ପାଇଁ , ମହିଳା କର୍ମଚାରୀଙ୍କ କାମ କରିବାର ସମୟ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିବ

ନୂଆଦିଲ୍ଲୀ,୨୬/୯:ଗତ ୨୩ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିବା ତିନୋଟି ଶ୍ରମ କୋଡ଼ ବିଲ ଲୋକସଭାରେ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ  ପଠାଇ ଦିଆଯାଇଛି । ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ମିଳିବ ପରେ ଏହା ଆଇନରେ ପରିଣତ ହେବ। ସରକାରଙ୍କ ମତରେ ଏହି ବିଲ ଶ୍ରମ କ୍ଷେତ୍ରରେ ଏକ ନୂତନ ମୋଡ ସୃଷ୍ଟି କରିବ । ରାଜ୍ୟସଭାରେ ବୃତ୍ତିଗତ ନିରାପତ୍ତା , ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି ,ଶିଳ୍ପ ଓ ସାମାଜିକ ସୁରକ୍ଷା ବିଲ ୨୦୨୦  ନୂଆ ନିତୀରେ ଏକ ଅଭୂତପୂର୍ବ ପରିବର୍ତନ ଆଣିବ ବୋଲି କୁହାଯାଉଛି ।  ନୂଆ ଶ୍ରମ ଆଇନ ଅନୁସାରେ  ଅଧିକ ଲୋକଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକ ଭାବେ ନିଯୁକ୍ତ କରିବା ଲାଗି କମ୍ପାନୀ ଗୁଡିକୁ ଅନୁମତି ମିଳିବ । ମହିଳା କର୍ମଚାରୀମାନଙ୍କ କାମକରିବାର  ସମୟ ସକାଳ ୬ଟାରୁ ସନ୍ଧ୍ୟା ୭ଟା ଭିତରେ ରହିବ । ୭ଟା ପରେ ଯଦି କୌଣସି ମହିଳା କର୍ମଚାରୀ କାମ କରନ୍ତି ତାଙ୍କର ସମ୍ପୂର୍ଣ ସୁରକ୍ଷା ଦାୟିତ୍ବ କମ୍ପାନୀକୁ ବହନ କରିବାକୁ ହେବ ତଥା ଅଧିକ ସମୟ କାମକରିବାକୁ ଉପଯୁକ୍ତ ପାରିଶ୍ରମିକ ଦେବାକୁ ପଡିବ। କୌଣସି ବି କର୍ମଚାରୀ ସପ୍ତାହକୁ  ୬ଦିନରୁ ଅଧିକ ଦିନ କାମ କରିପାରିବେ ନାହିଁ । ଓଭରଟାଇମ ପାଇଁ ଡବଲ ଦରମା ଦେବାକୁ ହେବ । ବିନା ନିଯୁକ୍ତି ପତ୍ରରେ କୌଣସି ବି କର୍ମଚାରୀଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ । କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ୩ଶହରୁ କମ ରହିବ । ସରକାରଙ୍କ ବିନା ଅନୁମତିରେ କର୍ମଚାରୀଙ୍କୁ ଛଟେଇ କରି ପାରିବେ ନାହିଁ ବୋଲି ଏହି ବିଲରେ କୁହାଯାଇଛି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close