ନଠୁଆବର କୃଷି ସମବାୟ ସମିତିର ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ଦାବୀପତ୍ର

ଯାଜପୁର, ୨୪/୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍‌ର ନଠୁଆବର ପ୍ରାଥମିକ କୃଷି ସମବାୟ ସମିତିର ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବୀ କରି ସମିତିର ପୂର୍ବତନ କେତେକ ଡାଇରେକ୍ଟର, ସଭ୍ୟ ଓ ଚାଷୀମାନେ ଗତ କାଲି ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ବୋର୍ଡ ୪-୫ମାସ ତଳୁ ଭାଙ୍ଗି ଯାଇଥିବାରୁ ସମିତିରେ ଏବେ ବହୁ ମନମାନି ଚାଲୁଥିବା ବେଳେ ଓ ଦୁର୍ନୀତି ଖୁଲମଖୋଲା ଚାଲୁଛି । ଅପରପକ୍ଷରେ ଚାଷୀମାନଙ୍କୁ ସୁବିଧା ପ୍ରଦାନ ନିମନ୍ତେ ସେପରି କିଛି କରାଯାଉନାହିଁ । ସମିତିର ସଂପାଦକ ମିଲି ନାୟକ କାର୍ଯ୍ୟ ନ କରି ଦରମା ଆତ୍ମସାତ୍ କରିବା, ଚାର୍ଯ୍ୟ କ୍ରିଏସନ ଫ୍ରିରେ ଅନିୟମିତତା ହେବା ଏବଂ ବିଭିନ୍ନ ଦୁର୍ନୀତି ଉପରେ ତଦନ୍ତ ଦାବୀ କରାଯାଇଛି । ଏହିସବୁ ଦୁର୍ନୀତି ଉପରେ ସମିତିର ପୂର୍ବତନ ପରିଚାଳନା ପରିଷଦର ସଭ୍ୟ/ସଭ୍ୟା, କର୍ମକର୍ତା ସର୍ବଶ୍ରୀ ରାଜକିଶୋର ପାଳ, ସ୍ନେହଲତା ସ୍ୱାଇଁ, ଲଲାଟେନ୍ଦୁ ସ୍ୱାଇଁ, ନିରଞ୍ଜନ ଧଳ, ଭରତ ଚନ୍ଦ୍ର ନାୟକ, ଟିଟୁଆ ସ୍ୱାଇଁ, ମହେଶ୍ୱର ସ୍ୱାଇଁ, ବିଷ୍ଣୁ ନାୟକ ପ୍ରମୁଖ ସମବାୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ସମିତିର ବଟକୃଷ୍ଣ ପଣ୍ଡା, ସା-ନଠୁଆବରଙ୍କ ନାମରେ ଥିବା ଜମିକୁ ଚାର୍ଯ୍ୟ କ୍ରିଏସନ କରି ତାଙ୍କର ୦୩ ପୁଅ ଯଥା-ରଂଜନ କୁମାର ପଣ୍ଡା, ଅଂଜନ କୁମାର ପଣ୍ଡା ଓ ମନୋଜ କୁମାର ପଣ୍ଡାଙ୍କୁ ପୃଥକ ପୃଥକ ଭାବେ ୦୩ଗୋଟି କୃଷି ଋଣ ପ୍ରଦାନ କରାଯାଇଥିଲା, ଯାହାର ପରିମାଣ ପ୍ରାୟ ୦୧ଲକ୍ଷ ୪୦ ହଜାର ଟଙ୍କା ହେବ । ମାତ୍ର ରଂଜନ ତାଙ୍କର ଋଣଟିକୁ ପରିଶୋଧ କରି ସମିତିର ସଂପାଦିକାଙ୍କୁ ଲାଂଚ ଦେଇ ଅନ୍ୟ ୦୨ ଭାଇଙ୍କ ନାମରେ ଋଣ ଥାଇ ମଧ୍ୟ ପିତା ବଟକୃଷ୍ଣଙ୍କ ନାମରେ ଥିବା ଜମିଟିକୁ ଧର୍ମଶାଳା ସବରେଜିଷ୍ଟାରଙ୍କ ଠାରେ ଚାର୍ଯ୍ୟ କ୍ରିଏସନ ଫ୍ରି କରାଇଛନ୍ତି । ସେମାନେ ପୁଣି ଅଭିଯୋଗ କରିଛନ୍ତି ଯେ, କାସ ବୁକ୍‌ରୁ ସେମାନେ ଜାଣିବାକୁ ପାଇଥିଲେ ପରିଚାଳନା ପରିଷଦର ଅଜ୍ଞାତସାରରେ ସଂପାଦିକା ମିଲି ନାୟକଙ୍କୁ ଗତ ତା ୧୨.୦୪.୨୦୧୯ରେ କାର୍ଯ୍ୟଭାର ଦିଆଯାଇଥିଲା । ମାତ୍ର ୩୧.୩.୨୦୧୮ରୁ ୧୧.୦୪.୨୦୧୯ ପର୍ଯ୍ୟନ୍ତ ରସୁଲପୁର ବ୍ୟାଙ୍କ ଶାଖାର ସୁପରଭାଇଜର ବାସୁଦେବ ପଣ୍ଡା ଏହି ସମିତିର ସଂପାଦକ ଦାୟିତ୍ୱରେ ଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ତା ୨୮.୮.୨୦୧୮ରୁ ୧୨.୦୪.୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ ନ କରି ମଧ୍ୟ ୭ ମାସର ଦରମା ବିଲ କରି ୧ଲକ୍ଷ ୫୦ ହଜାର ଟଙ୍କା ପାଖାପାଖି ଆଉଜଣଙ୍କୁ ପୁନଶ୍ଚ ଦିଆଯାଇଛି । ଏହା ସରକାରଙ୍କ କେଉଁ ନିୟମ ଆଧାରରେ କରାଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଗୋଟିଏ ସମିତିର ଗୋଟିଏ ପଦବୀରେ ୦୨ ଜଣ ବ୍ୟକ୍ତି କିପରି ଏକ ନିର୍ଦ୍ଦିଷ୍ଟ ସମୟରେ କାମ କରି ଦରମା ଉଠାଇ ନେଲେ ତାହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ସେମାନେ ଦାବୀ କରିଛନ୍ତି । ଏହାଛଡ଼ା ୨୦୧୯ରେ କୃଷକଙ୍କୁ ସାର ବଂଟନରେ ବ୍ୟାପକ ଅନିୟମିତା ହୋଇଛି । ବହୁ ଚାଷୀଙ୍କ ଅଜାଣତରେ ସେମାନଙ୍କ ସାରକୁ ଅନ୍ୟମାନେ ଉଠାଇ ନେଇଯାଇଥିବାର ଅଭିଯୋଗ ହୋଇଛି । ଏଭଳି ଏହି ସମିତିରେ ବହୁ ଅନିୟମିତତା ସଂଗଠିତ ହୋଇଛି । ଏବାବଦରେ ସି.ଆର.ସି.ଏସଙ୍କୁ ପୂର୍ବରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ସେମାନେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close