ମାଳଦୀପ ଓ ଭାରତ ମଧ୍ୟରେ ସାମୁଦ୍ରିକ ପଣ୍ୟସେବା ଆରମ୍ଭ

ପାରାଦୀପ, ୨୩/୯ (ଚକ୍ରଧର ଦାଶଙ୍କ ଠାରୁ): ମାଳଦୀପ ଓ ଭାରତ ମଧ୍ୟରେ ସାମୁଦ୍ରିକ ପଥରେ ପ୍ରତ୍ୟକ୍ଷ ଭାବେ ପଣ୍ୟସେବା ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ଯାହାଜ ଚଳାଚଳ ମନ୍ତ୍ରୀ ମନଶୁଖ ଲକ୍ଷ୍ମଣଭାଇ ମଣ୍ଡାଭୈୟା ଓ ମାଳଦୀପର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏ୍ୟୌଶାଥ ନହୁଲା ‘ଇ-ସେବା’ ମାଧ୍ୟମରେ ମିଳିତ ଭାବେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହା ‘ସିପିଂ କର୍ପୋରେସନ’ ଦ୍ୱାରା ପରିଚାଳିତ ହେବ । ଏହି ଯୋଜନାରେ ମାସକୁ ୦୨ ଥର ପଣ୍ୟ ସେବା ଚାଲିବ । ସୂଚନାଯୋଗ୍ୟ, ଗତ ବର୍ଷ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦୀପ ଗ୍ରସ୍ତ ସମୟରେ ଏହି ଦ୍ୱିପାକ୍ଷିକ ସଂର୍ପକ ଦୃଢ଼ୀଭୂତ ହୋଇଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ମଣ୍ଡାଭୈୟା କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close