ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ୧୦ ବର୍ଷର ଚାକିରି ହୋଇଥିଲେ ପେନସନ ପାଇବାକୁ ଯୋଗ୍ୟ

ନୁଆଦିଲ୍ଲୀ ; ୩୦/୧୦(ନି ପ୍ର) : କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ମୁତାବକ, ଯଦି ଜଣେ କର୍ମଚାରୀ ୧୦ ବର୍ଷର ଚାକିରି କରିଥିବେ ତେବେ ଏହା ପରେ ସେ ପେନସନ ପାଇବାକୁ ଯୋଗ୍ୟତା ଅର୍ଜନ କରିପାରିବେ । ଏହି ସ୍କିମର ଫାଇଦା ଉଠାଇବା ପାଇଁ କେବଳ ଗୋଟିଏ ସର୍ତ୍ତ ରହିଛି, ଏହାକୁ କର୍ମଚାରୀ ପୂରଣ କରିବା ନିହାତି ଜରୁରୀ ।ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଏକ ବଡ଼ ଅଂଶ ପିଏଫ ଭାବେ କଟିଥାଏ । ଏହି ଅର୍ଥ ପ୍ରତ୍ୟେକ ମାସରେ ପିଏଫ ଆକାଉଣ୍ଟରେ ଜମା ହୋଇଥାଏ । ନିୟମ ଅନୁଯାୟୀ, କର୍ମଚାରୀଙ୍କ ବେସିକ ସାଲାରି ସହିତ ମହଙ୍ଗା ଭତ୍ତା (ଡିଏ)ର ୧୨ ପ୍ରତିଶତ ପ୍ରତ୍ୟେକ ମାସରେ ପିଏଫ ଆକାଉଣ୍ଟରେ ଜମା ହୋଇଥାଏ । ସେହିପରି ନିଯୁକ୍ତିଦାତାଙ୍କର ୮.୩୩ ପ୍ରତିଶତ ଅର୍ଥ କର୍ମଚାରୀ ପେନସନ ଯୋଜନା (ଇପିଏସ)ରେ ଜମା ହୋଇଥାଏ । ପ୍ରତ୍ୟେକ ମାସରେ ୩.୬୭ ପ୍ରତିଶତ ଇପିଏଫରେ ଯୋଗଦାନ କରାଯାଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଜଣେ କର୍ମଚାରୀ ୫-୫ ବର୍ଷ ପାଇଁ ଦୁଇଟି ଅଲଗା ଅଲଗା ସଂସ୍ଥାରେ କାମ କରିଥିବେ, ତେବେ ସେ ପେନସନ ପାଇଁ ହକଦାର ହେବେ କି? ଇପିଏଫଓ ସର୍ତ୍ତ ମୁତାବକ, ପ୍ରତ୍ୟେକ ଚାକିରିରେ କମର୍ଚାରୀଙ୍କ ୟୁଏଏନ ନମ୍ବର ଅପରିବର୍ତ୍ତିତ ରହିବା ଆବଶ୍ୟକ । ପୁରୁଣା ୟୁଏଏନ ନମ୍ବର ଜାରି ରଖିବା ଦରକାର । ମୋଟ ୧୦ ବର୍ଷର ଚାକିରି ଗୋଟିଏ ୟୁଏଏନ ନମ୍ବରରରେ ପୂରା ହେବା ଦରକାର । ଯଦି ଆପଣ ପୁରୁଣା ୟୁଏଏନ ନମ୍ବର ଜାରି ରଖିବେ ତେବେ ପୂର୍ବ ଓ ପର ଚାକିରିରେ ଗ୍ୟାପ ଥିଲେ ମଧ୍ୟ ପେନସନ ପାଇବାକୁ ହକଦାର ହେବେ । ଏପରି କ୍ଷେତ୍ରରେ ଆପଣ ୫ ବର୍ଷର ଚାକିରି କରି ମଧ୍ୟ ପେନସନ ଯୋଗ୍ୟ ହେବେ ଓ ଅବସର ପରେ ପ୍ରତ୍ୟେକ ମାସରେ ପେନସନ ଅର୍ଥ ଉଠାଇ ପାରିବେ ।ପେନସନ ଯୋଗ୍ୟ ହେବା ପାଇଁ କର୍ମଚାରୀଙ୍କ ଚାକିରି ଅବଧି ୧୦ ପୂରଣ କରୁଥିବା ଆବଶ୍ୟକ । ୯ ବର୍ଷ ୬ ମାସ ଚାକିରିକୁ ମଧ୍ୟ ୧୦ ବର୍ଷ ଭାବେ ଗଣନା କରାଯାଇଥାଏ । ଯଦି ଚାକିରିର ସମୟ ୯ ବର୍ଷ ୬ ମାସରୁ କମ୍ ହୋଇଥିବା ତାହା ୯ ବର୍ଷ ଭାବେ ଗଣାଯିବ । ଏପରି ସ୍ଥିତିରେ କର୍ମଚାରୀ ପେନସନ ହକଦାର ହୋଇନଥିବାରୁ ପେନସନ ଆକାଉଣ୍ଟରୁ ଅବସର ପୂର୍ବରୁ ରାଶି କାଢ଼ି ପାରିବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close