‘କରୋନା’ ହୋଇଥିବା ଜାଣି ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀଙ୍କ ହୃଦ୍‌ଘାତରେ ପ୍ରାଣ ଗଲା

ବ୍ୟାସନଗର, ୨୧/୦୯: ବ୍ୟାସନଗର ଅଂଚଳରେ ଗୋଟିକ ପରେ ଗୋଟିଏ ଦୁଃଖଦ ଘଟଣା ‘କରୋନା’ ସମୟରେ ଚିନ୍ତା ବଢ଼ାଇ ଦେଇଛି । କରୋନା ସହ ହୃଦ୍‌ଘାତ ଓ ଅନ୍ୟାନ ରୋଗ ସହ ଦୁର୍ଘଟଣାରେ ବହୁ ବ୍ୟକ୍ତିବିଶେଷଙ୍କ କିଛି ଦିନ ଭିତରେ ଜୀବନ ଯିବା ଓ ଏହି ଧାରା ଲାଗି ରହିବା କାରଣରୁ ସହରରେ ଆଶଙ୍କା ଦେଖାଦେଇଛି । ଆଜି ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଜନୈକ ଅଧିକାରୀ କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିବାର ଜାଣି ହୃଦ୍‌ଘାତର ଶିକାର ହୋଇ ଅଚାନକ ତଳେ ଟଳି ପଡ଼ି ଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର କିଛି ଦିନ ତଳୁ ଜ୍ୱର ହୋଇଥିଲା । ସେ କଟକର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଇଥିଲା । ପରୀକ୍ଷା ବାବଦ ଦେୟ ଦେବାକୁ କୁହାଯାଇଥିଲା । ହେଲେ ସେ ସେଠାରେ ପରୀକ୍ଷା ନ କରି ବସବାସ କରୁଥିବା ନିଜ ବ୍ୟାସନଗର ସହରର ଏନ.ସି ହାଇସ୍କୁଲରେ ପରୀକ୍ଷା ପାଇଁ ଆସିଥିଲେ । ସେ ସ୍ଥାନୀୟ ଗାୟତ୍ରୀ ବିହାରରେ ଘରଦ୍ୱାର କରି ରହୁଥିଲେ । ଏଭଳି ଘଟଣା ନିୟମିତ ଘଟି ଜୀବନ ହାନି ହେଉଥିବାରୁ ଲୋକେ ସତର୍କ ହେଉଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close