‘ସୂର୍ଯ୍ୟପ୍ରଭା’ର ଯାଜପୁର ଜିଲ୍ଲା ପ୍ରତିନିଧି ଶରତ ପଥାଳଙ୍କ ପିତା ନୃସିଂହ ପଥାଳଙ୍କ ଟ୍ରେନ ଧକ୍‌କାରେ ମୃତ୍ୟୁବରଣ

ବ୍ୟାସନଗର, ୨୧/୦୯: ଆଜି ଏଠାରେ ଏକ ଦୁଃଖଦ ଘଟଣା ଘଟିଛି । ଓଡ଼ିଆ ଦୈନିକ ‘ସୂର୍ଯ୍ୟପ୍ରଭା’ର ଯାଜପୁର ଜିଲ୍ଲା ପ୍ରତିନିଧି ଶରତ ପଥାଳଙ୍କ ପିତା ନୃସିଂହ ଚରଣ ପଥାଳଙ୍କ ଟ୍ରେନ ଧକ୍‌କାରେ ମୃତ୍ୟୁ ଘଟିବା ଖବର ପ୍ରଚାରିତ ହେବା ପରେ ପରେ ଶଙ୍ଖଚିଲ୍ଲା ଓ ବ୍ୟାସନଗର ପୈାରାଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ବିଜୁ ପ୍ରେମୀ ଥିଲେ ଓ କୋରେଇ ବିଜେଡିର ପ୍ରାକ୍ତନ ସଭାପତି ଥିଲେ । ବିଜେଡି ପ୍ରତିଷ୍ଠା ବେଳେ କୋରେଇ ଭଳି ଏକ ରାଜନୈତିକ ପ୍ରବଣ ଅଂଚଳରେ ସଭାପତି ଦାୟିତ୍ୱ ଗ୍ରହଣ କରି ସେ କୋରେଇର ବିଭିନ୍ନ ଗ୍ରାମରେ ବିଜେଡିର ସଂଗଠନକୁ ମଜଭୁତ କରାଇଥିଲେ । ୰ ପଥାଳ ଜଣେ ବରିଷ୍ଠ ନେତା ଓ ସମାଜସେବୀ ଭାବରେ ସେ ବେଶ୍ ସକ୍ରିୟ ମଧ୍ୟ ଥିଲେ । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ ଶଙ୍ଖଚିଲ୍ଲା ଅଂଚଳରେ ଜଣେ ଆଗଧାଡ଼ିର ମୁରବି ଭାବେ ପରିଗଣିତ ହେଉଥିଲେ । ଶଙ୍ଖଚିଲ୍ଲାର ଅଂଚଳରେ ହେଲେ ବି ସେ ପ୍ରାୟ ପ୍ରତ୍ୟହ ବ୍ୟାସନଗର (ଯାଜପୁରରୋଡ) ସହରକୁ ଆସିଥାନ୍ତି । ବ୍ୟାସନଗର ଅଂଚଳରେ ତାଙ୍କର ବହୁ ଜଣାଶୁଣା ଓ ପ୍ରିୟଜନ ଥିଲେ । ତାଙ୍କର ଅନ୍ୟତମ ପୁତ୍ର ହେମନ୍ତ ପଥାଳ ବ୍ୟାସନଗର ଅଂଚଳରେ ଜଣେ ଜଣାଶୁଣା ଆଇନଜୀବୀ ଭାବେ ପରିଚିତ । ସାନ ମଝିଆ ପୁଅ ପ୍ରଶାନ୍ତ ମଧ୍ୟ ଜଣେ ସାମ୍ବାଦିକ ଓ ଶିକ୍ଷାନୁଷ୍ଠାନ ସହ ଜଡିତ । ସାନ ପୁଅଙ୍କ ନାମ ସୁଶାନ୍ତ । ତାଙ୍କର ଶେଷକୃତ୍ୟ ଗାଁ ଶ୍ମଶାନରେ ସମ୍ପନ୍ନ କରାଯାଇଛି ଓ ସାନ ମଝିଆ ପୁଅ ପ୍ରଶାନ୍ତ ମୁଖାଗ୍ନୀ ଦେଇଛନ୍ତି । ତାଙ୍କର ଏଭଳି ମୃତ୍ୟୁରେ ବହୁ ବ୍ୟକ୍ତିବିଶେଷ ସୋସିଆଲ ମିଡିଆରେ ଶୋକ ବ୍ୟକ୍ତ କରୁଥିବାର ଦେଖାଯାଉଛି । ତାଙ୍କ ମୃତ୍ୟୁରେ ‘ଉଦୟବଟ’ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏହି ଘଟଣାରେ ମର୍ମାହତ ହେବା ସହ ୰ ପଥାଳଙ୍କ ଭଳି ବରିଷ୍ଠ ନେତାଙ୍କୁ ହରାଇବା ଫଳରେ କୋରାଇ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି । ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଅସୀମ ଶକ୍ତି ପ୍ରଦାନ କରିବା ସହ ୰ ପଥାଳଙ୍କ ଅମର ଆତ୍ମାର ସଦ୍‌ଗତି ସେ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close