‘ବ୍ୟାସନଗର ପବ୍ଲିକ ସ୍କୁଲ’ରେ “ସହୋଦୟ ଇଷ୍ଟର୍ଣ୍ଣ ଓଡ଼ିଶା ଚ୍ୟାପ୍ଟର” ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର, ୦୩ା୧୧ା୨୩: ଆଜି ଶନିବାର ସ୍ଥାନୀୟ ‘ବ୍ୟାସନଗର ପବ୍ଲିକ ସ୍କୁଲ’ରେ ଏକ ଚିତାକର୍ଷକ ଉତ୍ସବରେ ‘ସହୋଦୟ ଇଷ୍ଟର୍ଣ୍ଣ ଓଡ଼ିଶା ଚ୍ୟାପ୍ଟର’ ଆନ୍ତ ବିଦ୍ୟାଳୟ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘ବ୍ୟାସନଗର ପବ୍ଲିକ ସ୍କୁଲ’ର ସଂପାଦିକା ତଥା ଅଧ୍ୟକ୍ଷା ଡ଼ଃ. ଦେବସ୍ମିତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରଜ୍ଞା ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ଯାଜପୁର, କଟକ, ଢ଼େଙ୍କାନାଳ, କେଉଁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରଖ ଆଦି ଜିଲ୍ଲାର ବହୁ ପ୍ରତିଯୋଗୀ ଭାଗ ନେଇ ସୁନ୍ଦର ପ୍ରଦର୍ଶନ କରିଥିଲେ ।  ଓଡ଼ିଶା ଏହି ମଧ୍ୟବର୍ତୀ ସ୍ତରୀୟ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରେ ଥିବା ପ୍ରତିଷ୍ଠିତ ୧୩ଟି ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପ୍ରତିଯୋଗିତାଗୁଡ଼ିକରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଚେଷ୍ଟା କରିଥିବାର ଦେଖାଯାଇଥିଲା । ପ୍ରତିଯୋଗିତାଗୁଡ଼ିକରେ ଆୟୋଜକ ‘ବ୍ୟାସନଗର ପବ୍ଲିକ ସ୍କୁଲ’, ଯାଜପୁରରୋଡ଼ ସହିତ ଡିଏଭି ପଦ୍ମାବତୀ, ଟାଙ୍ଗୀ, କଟକ, ଧର୍ମଶାଳା ପବ୍ଲିକ ସ୍କୁଲ, ଧର୍ମଶାଳା, ଯାଜପୁର, ଡ଼ିଉ ପବ୍ଲିକ ସ୍କୁଲ, ଚଣ୍ଡିଖୋଲ, ଯାଜପୁର, ସଂସ୍କାର ପବ୍ଲିକ ସ୍କୁଲ, ବୀରାଶାଲ, ଢ଼େଙ୍କାନାଳ, ଡିପିଏସ ପାରାଦୀପ ରିଫାଇନାରୀ, ପାରାଦୀପ, ଦଧିଚି ପବ୍ଲିକ ସ୍କୁଲ, ସୁନ୍ଦରଗ୍ରାମ, କଟକ, କେରଳା ଇଙ୍ଗଲିସ ମିଡ଼ିୟମ ସ୍କୁଲ, ଚମ୍ପୁଆ, କେଉଁଝର, ସେଂଟ ଜାଭିୟର୍ସ, ନୂଆବଜାର, କଟକ ପ୍ରଭୃତିର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବିଦ୍ୟାର୍ଥିମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ମର୍ମସ୍ପର୍ଶୀ ସଂଗୀତ ଓ ହୃଦୟସ୍ପର୍ଶୀ ନୃତ୍ୟ ଉପସ୍ଥିତ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
ପ୍ରଥମେ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମକୁ ଅତିଥିମାନେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ତହସିଲଦାର ଦେବାଶିଷ ସାହୁ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ‘ବ୍ୟାସନଗର ପବ୍ଲିକ ସ୍କୁଲ’ର ସଂପାଦିକା ତଥା ଅଧ୍ୟକ୍ଷା ଡ଼ଃ. ଦେବସ୍ମିତା ସାହୁ, ନିର୍ଦ୍ଦେଶକ ଭାରତ ଭୂଷଣ ଦେଓ, ପରିଚାଳନା କମିଟି ସଦସ୍ୟା ଉଷା ମଂଜରୀ ସାହୁ, ‘ଗ୍ଲୋରିଅସ ଇଙ୍ଗଲିସ ମିଡିୟମ ସ୍କୁଲ’, ଜେମ୍ସର ଅଧ୍ୟକ୍ଷ କଳ୍ପତରୁ ସାହୁ ,ଗଜେନ୍ଦ୍ର ବେହେରା ପ୍ରମୁଖ ପ୍ରତିଯୋଗୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସଂଗେ ସଂଗେ ସେମାନଙ୍କ ସଫଳତା କାମନା କରିଥିଲେ । ପ୍ରତିଯୋଗୀମାନଙ୍କର ଗୁଣ ଓ ଦକ୍ଷତାକୁ ସଠିକ୍ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଦକ୍ଷ ଓ ବରିଷ୍ଠ ବିଚାରକ ଭାବେ ଦୁଷ୍ମନ୍ତ କୁମାର ରାଉତ, ପ୍ରଭାତ କୁମାର ମହାପାତ୍ର, ମନୋଜ କୁମାର ବାରିକ ଓ ଆଶୁତୋଷ ସାମଲଙ୍କୁ ନିୟୋଜିତ କରାଯାଇଥିଲା । ଏଭଳି ମନୋଜ୍ଞ ପୂର୍ବାଚଂଳ ଆନ୍ତଃ ଜିଲ୍ଲା କାର୍ଯ୍ୟକ୍ରମର ସୁପରିଚାଳନା କରି ସଫଳ କରିବାରେ ଭିପିଏସର ବରିଷ୍ଠ ଶିକ୍ଷକ ରଘୁନାଥ ମିଶ୍ର, ମୁକ୍ତିକାନ୍ତ ମୁଦୁଲି, ଦେବାଶିଷ ପଣ୍ଡା, ଦେବଦତ ପଣ୍ଡା, ହରପ୍ରିୟା କର, ମାହେଶ୍ୱରୀ ବେହେରା, ଜ୍ୟୋର୍ତିମୟୀ ଧିର, ନିବେଦିତା ଜେନା, ଅନିମା ନାୟକ, ଶୁଭଲକ୍ଷ୍ମୀ ସାମଲ, ତୃପ୍ତିରାଣୀ ବଳ, କାଦମ୍ବିନୀ ଦାଶ, ପ୍ରଶାନ୍ତି ଦେଓ, ବବିତା ଛାବ୍ରା, ଶ୍ରେୟା ଶ୍ରୀବାସ୍ତବ, ଅଙ୍କିତା ସିଂହ, ରଶ୍ମିରେଖା ନାୟକ, ଅଶ୍ରୃଜିତା ସ୍ୱୟଂଶ୍ରୀ, ଆଶା କୁମାରୀ, ସଂଯୁକ୍ତା ପଣ୍ଡା, ଲୋପାମୁଦ୍ରା ମଙ୍ଗରାଜ, ରୋଜିନା ରୋଜାଲିନ, ସ୍ନେହା ନୈାସାଦ ପ୍ରମୁଖଙ୍କ ଭୂମିକା ଉଲ୍ଲେଖନୀୟ ଥିଲା । ଶେଷରେ ‘ଭିପିଏସ’ର ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close