ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବର କାର୍ଯ୍ୟସୂଚୀ ଚୁଡାନ୍ତ

ଯାଜପୁର, ୨୧ା୯ : ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ତଥା ପର୍ବୋତ୍ସବରେ ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୁଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍‌ରୁ ଘ. ୯.୦୮ ମିନିଟ୍ ମଧ୍ୟେ ଦେବୀଙ୍କର ମହାସ୍ନାନ ଅନୁଷ୍ଠିତ ହେବ । ସେପ୍ଟେମ୍ୱର ୧୬ ତାରିଖ ବୁଧବାର ରାତ୍ର ଘ. ୧୦.୪୩ ମିନିଟ୍ ପରେ ସିଂହାସନେ ନିତ୍ୟପୂଜା ରାତ୍ର ୮ ଟାରୁ । ସେପ୍ଟେମ୍ୱର ୧୭ ତାରିଖରୁ ମଳ ମାସ ଆରମ୍ଭ । ଅକ୍ଟୋବର ୧୬ ତାରିଖ ମଧ୍ୟ ରାତ୍ରି ପରେ ମଳ ମାସ ଶେଷ । ତେଣୁ ଏହି ସମୟରେ ପ୍ରତ୍ୟହ ଦିବା ଓ ରାତ୍ରରେ ନିତ୍ୟ ଷୋଡଶ ଉପଚାର ପୂଜା ହେବ । ଅକ୍ଟୋବର ୧୭ ତାରିଖ ଶନିବାର ଅପରାହ୍ନ ଘ. ୧.୫୬ ମିନିଟ୍ ପରେ ରଥ ପ୍ରତିଷ୍ଠା ଓ ରଥ ଚାଳନାର ଶୁଭାରମ୍ଭ ହେବ । ୨୦ ତାରିଖ ମଙ୍ଗଳବାର ପଂଚମୀ-ମହାସ୍ନାନ ସଂଧ୍ୟା ଘ.୬.୩୦ ମିନିଟ୍‌ରୁ ଘ. ୭.୪୫ ମିନିଟ୍ ମଧ୍ୟେ ହେବ ଓ ରାତ୍ରରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ଷଷ୍ଠୀ, ସପ୍ତମୀ ନିତ୍ୟ ପୂଜା ଓ ରାତ୍ରରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେବ । ୨୩ ତାରିଖ ଶ୍ରୁକ୍ରବାର ମହାଷ୍ଟମୀ, ମହାସ୍ନାନ ସଂଧ୍ୟା ଘ. ୭.୩୮ ମିନିଟ୍‌ରୁ ଘ. ୮.୫୫ ମିନିଟ୍ ମଧ୍ୟେ ଅନୁଷ୍ଠିତ ହେବ । ୨୪ ତାରିଖ ଶୁକ୍ରବାର ମହାନବମୀ, ମା’ ବିରଜାଙ୍କ ରଥାବତରଣ ଓ ଲାଖବିନ୍ଧା ପ୍ରାନ୍ତରକୁ ଯାତ୍ରା ରାତ୍ରି ଘ. ୧୧.୩୯ ମିନିଟ୍ ପରେ ଆରମ୍ଭ ହେବ । ୨୫ ତାରିଖ ରବିବାର ଦଶହରା ଓ ରାତ୍ରି ଘ. ୭.୫୨ ମିନିଟ୍ ପରେ ଘଟ ବିସର୍ଜନ । ୩୦ ତାରିଖ ଶୁକ୍ରବାର ସଂଧ୍ୟା ଘ. ୬.୨୦ ମିନିଟ୍‌ରୁ କୁମାର ପୂର୍ଣ୍ଣମୀ ଓ ଅକ୍ଷକ୍ରୀଡା ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପ-ଜିଲ୍ଲାପାଳ ନାରୟଣ ଚନ୍ଦ୍ର ଧଳ ଓ ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତିମିଶ୍ର ସୂଚନା ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close