ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଗୀତା ମେହେଟାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ନୂଆଦିଲ୍ଲୀ,୧୬ା୦୯: ଆର୍ନ୍ତଜାତିକ ସ୍ତରର ଖ୍ୟାତି ସଂପନ୍ନ ଲେଖିକା, ସାମ୍ବାଦିକା, ଡ଼କ୍ୟୁମେଂଟାରୀ ଫିଲ୍ମ ମେକର ଓ ନିର୍ଦ୍ଦେଶିକା ତଥା ଭାରତର ସୁନାମଧନ୍ୟ ଜନନେତା ପ୍ରବାଦପୁରୁଷ ୰ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କ ଆଜି ୮୦ ବର୍ଷ ବୟସରେ ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି । ତାଙ୍କର ବିୟୋଗରେ ବିଶ୍ୱ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଲା ଓ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ଭାଷାରେ ତାଙ୍କର ପୁସ୍ତକ ପ୍ରକାଶିତ ହୋଇଛି । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ନୂଆଦିଲ୍ଲୀ ଯାଇ ତାଙ୍କର ଶେଷ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜଣେ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ଆସିଥିଲେ ହେଁ ସେ କ୍ୱଚିତ୍ ରାଜନୈତିକ ଫାଇଦା ନେବାର ଦେଖାଯାଇ ଥିଲା । ତାଙ୍କର ଆଦର୍ଶ, ମୂଲ୍ୟବୋଧ ଓ ଉଚ୍ଚକୋଟୀର ଚିନ୍ତାଧାରା ଲେଖକ ସମାଜ ଓ ଜନମାନସରେ ଉଦାହରଣ ସୃଷ୍ଟି କରିଛି । ୧୯୪୩ରେ ଦିଲ୍ଲୀରେ ଜନ୍ମିତ ସ୍ୱର୍ଗତା ଶ୍ରୀମତୀ ମେହେଟା କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରି ଲେଖାଲେଖିରେ ମନୋନିବେଶ କରି ଭାରତ ଓ ଆମେରିକାରେ ଜଣେ ଯଶସ୍ୱୀ ଲେଖିକା ଭାବେ ନାମ କମାଇଥିଲେ । ତାଙ୍କର ପିତା ୰ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସହ ଭାରତବର୍ଷର ଜଣେ ଆଗଧାଡ଼ିର ରାଜନୈତିଜ୍ଞ ଥିଲେ । ତାଙ୍କର ମାତା ୰ ଜ୍ଞାନ ଦେବୀ ଥିଲେ । ୦୨ ଭାଇ ପ୍ରେମ ପଟ୍ଟନାୟକ ଜଣେ ସଫଳ ଶିଳ୍ପପତି ହୋଇଥିବା ବେଳେ ସାନ ଭାଇ ନବୀନ ପଟ୍ଟନାୟକ କ୍ରମାଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ୨୦୧୯ରେ ନିଜର ପ୍ରତିଭା ପାଇଁ ‘ପଦ୍ମଶ୍ରୀ’ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ସେତେବେଳେ ସାଧାରଣ ନିର୍ବାଚନ ଥିବାରୁ ଏବଂ ତାଙ୍କ ଭାଇଙ୍କ ରାଜନୈତିକ ପୃଷ୍ଠଭୂମିକୁ କାଳେ ଏହା ପ୍ରଭାବିତ କରିବ ସେଥିଲାଗି ସେ ‘ପଦ୍ମଶ୍ରୀ’ ଭଳି ସମ୍ମାନଜନକ ପୁରସ୍କାରକୁ ପ୍ରତ୍ୟାଖାନ କରି ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇ ଉଦାହରଣ ସୃଷ୍ଟିକରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close