କରୋନା ନିୟନ୍ତ୍ରଣ ପାଇଁ ଯାଜପୁରରେ ବିବିଧ ପଦକ୍ଷେପ

ଯାଜପୁର, ୧୮ା୯ : କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଚ୍ଥି । ସାଧାରଣ ଜନତା କୋଭିଡର ମାର୍ଗ ଦର୍ଶିକା ମାନିବା ସହ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ ପାଇଁ ଜିଲ୍ଲାପାଳ ଚଳ୍ରବର୍ତୀ ସିଂ ରାଠୋର ଅନୁରୋଧ କରିଚ୍ଥନ୍ତି । ଏ ସଂପର୍କରେ ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ରାଠୋର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଶିଳ୍ପାନୁଷ୍ଠାନମାନଙ୍କ ପକ୍ଷରୁ କରୋନା ପରୀକ୍ଷାକୁ ଉତମ ଭାବେ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ସର୍ବ ସମ୍ମତି କ୍ରମେ ବିବିଧ ନିଷ୍ପତି ନିଆଗଲା । ସମସ୍ତ ବ୍ଳ୍‌କର ବି.ଡି.ଓ, ତହସିଲଦାର ଓ ମେଡିକାଲ ଅପିଂସରମାନେ କୋଭିଡ ବନ୍ଧୁ ବା କୋଭିଡ ମନିଟରଙ୍କ ସହ ଯୋଗାଯୋଗ ରଖି ଲକ୍ଷଣଯୁକ୍ତ ରୋଗୀମାନଙ୍କର ପରୀକ୍ଷା କରିବେ । କରୋନାରୁ ସୁସ୍ଥତା ଲାଭ କରିଥିବା ବ୍ୟକ୍ତି ବିଶେଷମାନେ କୋଭିଡ ବନ୍ଧୁ ଭାବେ ବିବେଚିତ ହେବେ ଓ ସେମାନେ କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିପାରିବେ । ଏହାର ପରିଚାଳନା ପାଇଁ ନୋଡାଲ ଅପିଂସର ଏବେ ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା ଓ ସୁଦର୍ଶନ ମିଶ୍ର ରହିବେ । ଅପର ପକ୍ଷରେ କୋଭିଡ ମନିଟର ଟିମ୍ ଭାବେ ବିଭିନ୍ନ ଅଂଚଳର ବୁଦ୍ଧିଜିବୀଙ୍କୁ ନିଆଯିବ, ଯେଉଁମାନେ କି, ବହୁମୁଖୀ ରୋଗରେ ପୀଡିତମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇପାରିବେ । ଶିଳ୍ପାନୁଷ୍ଠାନମାନେ ସେମାନଙ୍କ ଦ୍ୱାରା ପରିଚାଳିତ କୋଭିଡ ଚିକିତ୍ସାଳୟ ଆଇ.ସି.ୟୁର ବେଡ୍‌ର ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା ସଦର ମହକୁମା ହସ୍ପିଟାଲ ସହ ରସୁଲପୁର, ଦଶରଥପୁର, ଯାଜପୁରରୋଡ ଓ ଯାଜପୁର ଟାଉନରେ ପିଂଭର କ୍ଲିନିକ୍ ଖୋଲାଯିବା ପାଇଁ ନିଷ୍ପତି ନିଆଗଲା । ସେହିପରି ଦୈନିକ କୋଭିଡ ଡାଟାର ପରିଚାଳନା ପାଇଁ ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର ଓ ଅନ୍ୟାନ୍ୟ ଟ୍ରେନିଂ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଗଲା । ପ୍ରତ୍ୟହ ସଂଧ୍ୟାରେ ବ୍ଳ୍‌କ ଓ ଜିଲ୍ଲା ସ୍ତରରୁ ସଂଗୃହିତ ଡାଟା ଅପ୍‌ଡେଟ୍ ହେବ । ଟି.ଏମ୍‌.ସି ଗୁଡିକୁ ତୁରନ୍ତ ବନ୍ଦ କରାଯିବ । ଏନ୍‌.ସି. କଲେଜ ଓ ଡୁବୁରୀ କୋଭିଡ ହସ୍ପିଟାଲକୁ କୋଭିଡ ରୋଗୀମାନଙ୍କ ପାଇଁ ଊପଯୋଗ କରାଯାଉଥିବାରୁ ଟି.ଏମ୍‌.ସିର ଆବଶ୍ୟକତା ଆଉ ନାହିଁ । ପଜିଟିଭ୍ ଚିହ୍ନଟ ହେବାପରେ ତହସିଲଦାର, ସି.ଡି.ପି.ଓ ଏବଂ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା କଣ୍ଟାକ୍ଟ ଟ୍ରେସିଂକୁ ସୁ-ପରିଚାଳନା କରାଯିବ । ଜିଲ୍ଲା ସ୍ତର, ବ୍ଳ୍‌କ ସ୍ତର ଓ ପୈାରାଂଚଳ ସ୍ତରରେ ସ୍ୱତନ୍ତ୍ର କୋଭିଡ ସେଲ କାର୍ଯ୍ୟ କରିବ, ଯେଉଁଥିରେ ରାପିଡ୍ ରେସପନ୍ସ ଟିମ୍ ସହ ଗୋଟିଏ ଆମ୍ୱୁଲାନ୍ସ ମଧ୍ୟ ରହିବ । ଯାହା ପଂଳରେ ସାଧାରଣ ଲୋକମାନେ ସେବା ପାଇବାରେ ସୁବିଧା ହେବ ବୋଲି ଶ୍ରୀ ରାଠୋର ସୂଚନା ଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପା୍‌ଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ଓ ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close