ଭାରତୀୟ ଜାତୀୟ କଂଗ୍ରେସ ତରଫରୁ କେନ୍ଦ୍ର ବିଜେପି ସରକାରଙ୍କ ଆହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ “ଓଡ଼ିଶା ବନ୍ଦ”ଡାକରା

ବ୍ୟାସନଗର;୧୩/୦୨: (ବସନ୍ତ କୁମାର ପାତ୍ରଙ୍କ ଠାରୁ)  ଜାତୀୟ କଂଗ୍ରେସ ତରଫରୁ କେନ୍ଦ୍ର ବିଜେପି ସରକାରଙ୍କ ଆହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ “ଓଡ଼ିଶା ବନ୍ଦ”ଡାକରା ଦିଆଯାଇଛି। କରୋନା ମହାମାରୀର ପ୍ରକୋପ ଲିଭି ନ ଥିବା ସ୍ଥଳେ ବାରମ୍ବାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଦପ୍ତର, ଦୋକାନବଜାର ୧୫ତାରିଖ ସୋମବାର ସକାଳ ୭ଘଟିକା ଠାରୁ ଦିନ ୧ଘଟିକା ପର୍ଯ୍ୟନ୍ତ  ବନ୍ଦ ରଖିବାକୁ  ଆହ୍ଵାନ ଦିଆଯାଇଛି। ଆବଶ୍ୟକୀୟ ସାମଗ୍ରୀର ଦର  ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ ଦର ଏବେ ଅକାଶଛୁଆଁ କୁ ଗତିକଲାଣି। ଏହା ଛଡା ତୈଳ ଦର ବୃଦ୍ଧି ଏବଂ ଅନ୍ୟାନ୍ୟ ସାମଗ୍ରୀର ଦର ଦୁଇମାସ ଭିତରେ ଦୁଇଗୁଣା ହେବାକୁ ବସିଲାଣି।ଏହାଦ୍ୱାରା ସାଧାରଣ ଜନସାଧାରଣ ପ୍ରଭାବିତ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close