ମାର୍ଚ୍ଚ ୫କୁ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳୁଛି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର, ୫.୩: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ମାର୍ଚ୍ଚ ୫ ତାରିଖକୁ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳୁଛି । ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ୨୦୦୦ ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ଓଡ଼ିଶାରେ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଚାଲିଛି । ଚିଟପଢା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଗରିବ ଲୋକ ଏବଂ ଗରିବ ପରିବାରଗୁଡ଼ିକୁ ଘରଟିଏ, ଦୈନିକ ସର୍ବନିମ୍ନ ଆବଶ୍ୟକ ଖାଦ୍ୟ ବା ମିଲ୍, ପିଇବା ପାଣି, ବିଜୁଳି, ଆଗୁଆ କିମ୍ବା ତତ୍କାଳ ଡ଼ାକ୍ତରୀ ଚିକିତ୍ସା, ପ୍ରାଥମିକ ଶିକ୍ଷା ମଧ୍ୟ ଦେଇ ପାରି ନାହାଁନ୍ତି । ତେଣୁ “ଯାହା ନ ହୋଇଛି ବାଳୁତ କାଳେ,ତାହା କି ହୋଇବ ପାଚିଲା ବାଳେ” ବୋଲି ଶ୍ରୀ ରାଉତ୍ ନବୀନଙ୍କୁ ତାଚ୍ଛଲ୍ୟ କରିଛନ୍ତି । ରାଜ୍ୟରେ ଚାରିଆଡେ ମୃତ୍ୟୁ ଓ ଶବର ବିଭୀଷିକା ଦୃଶ୍ୟ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ରାସ୍ତାକୁ ବାହାରିଲେ ଦୁର୍ଘଟଣା ମୃତ୍ୟୁ, ଥାନାରେ ହାଜତ୍ ମୃତ୍ୟୁ, ଜେଲରେ କଏଦୀ ମୃତ୍ୟୁ, ଓଡ଼ିଶାର ହଜାର ହଜାର ଗାଈ ଗୋରୁଙ୍କୁ ବଙ୍ଗଳା ଦେଶର କଂସେଇଖାନାରେ ହାଣିବା, ଆଦିବାସୀ ଅଞ୍ଚଳରେ ନକ୍ସଲମାନେ ଦିନରେ ଓ ରାତିରେ ଘରୁ ଟାଣି ନେଇ ପୁଲିସ୍ ସୂଚନାଦାତା (INFORMER) ସନ୍ଦେହରେ ନିରୀହ ଲୋକଙ୍କୁ ଖଣ୍ଡାରେ ହାଣି ମୁଣ୍ଡକାଟ ଶାସ୍ତି ଦେବା ଏବଂ ଗୁଳି କରିବା ଘଟଣାବଳୀର ବୃଦ୍ଧି, ପ୍ରବାସୀ ଓଡ଼ିଆମାନଙ୍କର ଶବ ଓଡ଼ିଶାକୁ ଫେରିବା, ଓଡିଶାବାସୀଙ୍କୁ ନିଶାଗ୍ରସ୍ତ କରି କ୍ୟାନସର ରୋଗରେ ଛଟ ପଟ କରିବା, ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ଆତ୍ମହତ୍ୟା, ପ୍ରତିଦିନ ମହିଳାମାନେ ଏବଂ ନାବାଳିକାମାନେ ଧର୍ଷଣରେ ଛଟପଟ, ପ୍ରତିଦିନ ମହିଳାମାନେ ଘରୋଇ ହିଂସାରେ ଛଟପଟ, ମହିଳାମାନେ ଡାହାଣୀ ସନ୍ଦେହରେ ହତ୍ୟା ଓ ନିର୍ଯ୍ୟାତନାର ଶିକାର, ଗର୍ଭବତୀ ମହିଳାମାନଙ୍କ ଓ ଶିଶୁ ମାନଙ୍କର ଚିକିତ୍ସ। ଅବହେଳାରୁ ମୃତ୍ୟୁ,ପୁଲିସ୍ ଆକ୍ରମଣ ଓ ଅତ୍ୟାଚାରରେ ଗାଁ, ସାହି, ବସ୍ତି, ପୁରୁଷ ଶୂନ୍ୟ ଓ ମହିଳା ଶୂନ୍ୟ, ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନ ଦେଇ ଆଉଟ୍ ସୋର୍ସିଂ ସଂସ୍ଥା ଗୁଡିକୁ ବେରୋଜଗାରି ଯୁବକ ଯୁବତୀମାନଙ୍କୁ ଶୋଶଣ କରିବା ପାଇଁ ପ୍ରୋତ୍ସାହନ ଦେବା, ବେଆଇନ୍ ବିଜୁଳି ବିଲ୍ ଆଦାୟ, ଜନ ପ୍ରତିନିଧିମାନଙ୍କୁ ନ୍ୟୁନ କରିବା, ମାନବିକ ଅଧିକାର କ୍ଷୁର୍ଣ୍ଣ ଘଟଣାବଳୀର ବୃଦ୍ଧି, ଏନକାଉଣ୍ଟର, ଆଇନ୍ କୁ ହାତକୁ ନେବା ଘଟଣା ବଳୀର ବୃଦ୍ଧି, ଶ୍ରୀ ମନ୍ଦିରରେ ଲଗାତାର ନୀତି ବିଭ୍ରାଟ, ଶ୍ରୀ ମନ୍ଦିର ଭିତରକୁ ଅଣ ହିନ୍ଦୁମାନଙ୍କର ପ୍ରବେଶ, ଭିଡ଼ ମୃତ୍ୟୁ, ଚାଷୀ ମୃତ୍ୟୁ ଓ ଚାଷୀ ଶୋଷଣ ବ୍ୟବସାୟୀମାନଙ୍କୁ ହତ୍ୟା ଓ ଅପହରଣ ଇତ୍ୟାଦି ଅସରନ୍ତି ସମସ୍ୟାର ସୃଷ୍ଟି କର୍ତ୍ତା ନବୀନ ପଟ୍ଟନାୟକ ଏବଂ ତାଙ୍କର ମୁଷ୍ଟିମେୟ ଅଣଓଡ଼ିଆ ଅଫିସରମାନଙ୍କ ଚାଳିତ ବିଜୁ ଜନତା ଦଳ ସରକାର। ତେଣୁ ମାର୍ଚ୍ଚ ୫କୁ ଓଡ଼ିଶାରେ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳୁଛି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି । ଓଡିଶାବାସୀ ମଧ୍ୟ ମାର୍ଚ୍ଚ ୫କୁ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ଓଡିଶାବାସୀଙ୍କୁ ନିବେଦନ କରାଯାଇଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close