ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳ ଚଞ୍ଚଳ ସାରା ଓଡ଼ିଶା

ଭୁବନେଶ୍ୱର ; ୧୬/୯ :  ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା ପୌରାଣିକ ମତାନୁସାରେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧlଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମାଙ୍କ ବାମ ହସ୍ତରେ ବଟାଳି ଓ ବାମ ତଳ ହସ୍ତରେ ମର୍ତ୍ତୃଲି ,ଦକ୍ଷିଣ ଉପର ହସ୍ତରେ ଚକ୍ର ଓ ତଳ ହସ୍ତରେ ଆଶୀର୍ବାଦ କରୁଥିବାର ଦୃଷ୍ଟି ଗୋଚର ହୋଇଥାନ୍ତି ।

ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ପାଇଁ ସାରା ଓଡ଼ିଶାର ଜନସମାଜ ତତ୍ପର ହୋଇଉଠିଛି । ପୂଜା ଯେଉଁଭଳି ହେବାକଥା ତାହା ଏ ବର୍ଷ ଦେଖିବାକୁ ମିଳି ନ ପାରେ କାରଣ କରୋନା ମହାମାରୀ ସବୁକିଛି ଫିକା ପକାଇଦେଇଛି । ପୂଜା ବଜାର ବି ଦରଦାମ ବୃଦ୍ଧି ଯୋଗୁଁ ମାନ୍ଦା ପଡିଥିବାର ସୂଚନା ମିଳିଛି । କିଛି ସ୍ଥାନରେ ଜଗନ୍ନାଥ ପାଞ୍ଜି ଅନୁସାରେ ବୁଧବାର ପୂଜା ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ବିରଜା ପାଞ୍ଜି ଅନୁସାରେ ଗୁରୁବାର ପୂଜାହେବାକୁ ବାକି ରହିଛି । ବୁଧବାର ବହୁ ସ୍ଥାନରେ କୋଭିଡ ନିୟମ ମାନି ପୂଜା ଅନୁଷ୍ଟିତ ହୋଇଯାଇଛି ବାକି ରହିଛି ଗୁରୁବାରର ପୂଜା। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close