ମହାବୀର ନିୟୁ ୟଥ କ୍ଲବ ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜିତ

ବାଲେଶ୍ୱର/ବସ୍ତା; ୧୫/୦୩ (ବ୍ରଜ ଗୋପାଳ ସେନ୍ / ମୃତ୍ୟଞ୍ଜୟ ବାରିକଙ୍କ  ଠାରୁ):  ଆଜି ବସ୍ତା ବ୍ଲକ ସନ୍ତୋଷପୁର ଗ୍ରାମପଞ୍ଚାୟତ ସ୍ଥିତ ଧିତପୁରା ଗ୍ରାମରେ ମହାବୀର ନିୟୁ ୟଥ କ୍ଲବ ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଅଛି ।ଏହି ରକ୍ତ ଦାନ ଶିବିରକୁ ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ଉଦ୍ଘାଟନ କରିଥିଲେ ଏବଂ ଉପସ୍ଥିତ ଥିବା ଅବସର ପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଦାସ ,ଅବସର ପ୍ରାପ୍ତ ଫାର୍ମାସିଷ୍ଟ ତଥା କଳାକାର ବାଲେଶ୍ୱରର ସମ୍ପାଦକ ସୁରଞ୍ଜନ ଦାସ ମହାପାତ୍ର ,ସରପଞ୍ଚ ଅନାମିକା ଦାସ ମହାପାତ୍ର, ସଭାପତି ଗୌରାଙ୍ଗ ଚନ୍ଦ୍ର ପଣ୍ଡା,ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ,ଅଧ୍ୟାପକ ସତ୍ୟମୟୀ ଆଚର୍ଯ୍ୟ , ବସ୍ତା ବ୍ଲକର ସଂଯୋଜକ  ଗଣେଶ ଚନ୍ଦ୍ର ଜେନା ,ମହାବୀର ନିୟୁ ୟଥ କ୍ଲବର ସଭାପତି ରମେଶ ଚନ୍ଦ୍ର ଦାସ ,ସମ୍ପାଦକ ଶୁଭ୍ରାଂଶୁ ଶେଖର ଦାସ ,ଏବଂ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ହୋଇଥିଲେ । ସଂଗଠନ ପରିବାରର ସହଯୋଗରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ତତସହିତ ଏକ ଯକ୍ଷ୍ମା ସଚେତନତାର ଏକ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା । କରୋନାକୁ ଆଖି ଆଗରେ ରଖି ସରକାରଙ୍କ ସମସ୍ତ ନିୟମକୁ ମାନି ରକ୍ତଦାନ ଶିବିରକୁ ସୁରୁଖୁରୁରେ ସମାପନ  କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close