ଅସହାୟ ଆଦିବାସୀ ପରିବାରକୁ ସହାୟତାର ହାତ ବଢାଇଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ହିନ୍ଦୁ ସୁରକ୍ଷା ସେନା, ରିତା ଭିଜନ ନ୍ୟୁଜ

ଯାଜପୁର , ୧୪/୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ଦାନଗଦି ବ୍ଲକର ଓଲଳ ପଂଚାୟତ ଆଦିବାସୀ ସାହିର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ମରିଗଲା ପରେ ଗୋଟିଏ ୬ମାସର ଛୁଆକୁ ହାତରେ ଧରି ପାଗଳ ମା ଫେରାର, ବର୍ତ୍ତମାନ ଅସହାୟ ଅବସ୍ଥାରେ ୫ଜଣ ଶିଶୁ  ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି । ଏହାର ଖବର ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବ୍ୟାସନଗର ଶାରିରୀକ ପ୍ରମୁଖ କୃଷ୍ଣଚନ୍ଦ୍ର ନାୟକ, ଧର୍ମେନ୍ଦ୍ର ମଲିକ କୋରେଇ ଉପଖଣ୍ଡ ବ୍ୟବସ୍ଥା ପ୍ରମୁଖ  ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର , ରିତା  ଭିଜନ ନ୍ୟୁଜର ପ୍ରତିଷ୍ଠାତା ଉମାକାନ୍ତ ମହାପାତ୍ର, ସମାଜସେବୀ ସଂଗ୍ରାମ ବିଶ୍ଵାଳ  ପ୍ରମୁଖଙ୍କ ଦ୍ଵାରା ୨ବସ୍ତା ଚାଉଳ, ୨ଟି ତ୍ରିପାଲ , ସ୍କୁଲ ବ୍ୟାଗ , ଖାତା, ବହି ,କଲମ, ଆଳୁ, ଡାଲି, ଚିନି,ବିସ୍କୁଟ, ପନିପରିବା, ଆଦି ଶିଶୁମାନଙ୍କୁ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ଅନାଥ ଅସହାୟ ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ଆମେ ଅନୁରୋଧ କରୁଛୁ । ଯଦି କୋୖଣସି ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ଚାହୁଁଥାନ୍ତି ତାହେଲେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ:- ୬୩୭୧୭୦୨୩୧୭, ୮୨୪୯୩୦୨୫୭୨

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close