କଳାକାର ଭତ୍ତା ପାଇଁ ଦାବୀ କଲେ ଯାତ୍ରା ଜଗତର ହାସ୍ୟ ଅଭିନେତା ଜ୍ଞାନ

ହାଟଡିହୀ (ସୋସୋ) ; ୧୪/୯ : ମହାମାରୀ କରୋନା ହଜାଇ ଦେଇଛି ଯାତ୍ରା ଦୁନିଆର ନିଦ । ଓଡ଼ିଶାର ପ୍ରଥା ପରମ୍ପରା ସଂସ୍କୃତି ଉପରେ ଆଧାରିତ ଯାତ୍ରାମଞ୍ଚ ଏବେ ନିରବ । କଳାକାରଙ୍କ ମୁଖରୁ ହସ ଛଡାଇ ନେଇଛି କରୋନା । ଯେଉଁ ଯାତ୍ରା ଦିନେ ସାରା ଓଡ଼ିଶାର ଜନମାନସକୁ ହସ ଖୁସିରେ ଭରି ଦେଉଥିଲା , ଗୀତ, ନାଚ , ସାମାଜିକ ତଥ୍ୟରୁ ଆଧାରିତ ନାଟକ ମାଧ୍ୟମରେ ଲୋକମାନଙ୍କର ମନକୁ କିଣିନେଉଥିଲା ତାହା ଆଜି ସ୍ୱପ୍ନ ଜଗତରେ ହଜିଯାଇଛି । ସମସ୍ତେ ଅପେକ୍ଷାରେ କେବେ ପୁଣି ଫେରିବ ସେହି ରଙ୍ଗମଞ୍ଚ ର ରଙ୍ଗୀନ ଦୁନିଆ । କରୋନା ସଙ୍କଟରେ କଳାକାରଙ୍କ ସ୍ଥିତି କହିଲେ ନସରେ । ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି  ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଯାତ୍ରା ହାସ୍ୟ ଅଭିନେତା ଜ୍ଞାନଙ୍କ ପାଖରୁ । ଦିନେ ସେ ସାରା ଓଡ଼ିଶାର ଲୋକମାନଙ୍କୁ ହସାଉଥିଲେ କିନ୍ତୁ ଆଜି ତାଙ୍କ ହସ ସହିତ ପୁରା ଯାତ୍ରା କଳାକାରଙ୍କ ହସକୁ ଛଡାଇ ନେଇଛି କରୋନା । ଜ୍ଞାନ ଦୀର୍ଘ 20 ବର୍ଷ ଧରି ବହୁ ଯାତ୍ରା ଅନୁଷ୍ଠାନ ରେ ହାସ୍ୟ ଅଭିନେତା ରୂପେ କାମ କରି ଆସୁଛନ୍ତି ଯେପରିକି ତାରିଣୀ , ଧରିତ୍ରୀ , ପୃଥିବୀ, ରୁକ୍ମିଣୀ , ସଚ୍ଚିଦାନନ୍ଦମ , ଓଡ଼ିଶା ରଙ୍ଗମଞ୍ଚ , କଳିଙ୍ଗ, ସାଇ ଶ୍ରୀ , ପାର୍ବତୀ ଆଦି । ଜ୍ଞାନ ଏକ ପ୍ରତିଷ୍ଠିତ ହାସ୍ୟ କଳାକାର ଭାବରେ ପରିଚିତ ଥାଇ ମଧ୍ୟ ଦୀର୍ଘ ୮ ମାସ ଧରି ଘରେ ବସି ରହିଥିବା ଫଳରେ ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଏଭଳି ଅସୁବିଧା ସମୟରେ କଳାକାର ହିସାବରେ ସେ ଭତ୍ତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସରକାର ସମସ୍ତ କଳାକାରଙ୍କ ପ୍ରତି ନିଶ୍ଚିନ୍ତ ଧ୍ୟାନଦେବେ ବୋଲି ତାଙ୍କର ବିଶ୍ୱାସ ରହିଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close