ଯାଜପୁରର ମେଧାବୀ ଛାତ୍ରୀ ସମ୍ଭାବନାଙ୍କୁ ସମ୍ବର୍ଦ୍ଧନା

ଯାଜପୁର, ୧୩/୯: ଯାଜପୁର ବ୍ଲକ ଭୁବନେଶ୍ୱରପୁର ସିପିଆଇଏମ କାର୍ଯ୍ୟାଳୟ “ସାମ୍ୟଭବନ” ପରିସରରେ ଯୁକ୍ତ ଦୁଇ କଳାରେ ଟପର ହୋଇଥିବା ଛାତ୍ରୀ ସମ୍ଭାବନା ସାହୁଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ସିପିଆଇଏମ ଜିଲା କମିଟି ସଦସ୍ୟ ସୁରେଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ଭାବନା ଅନ୍ୟ ଛାତ୍ର ଛାତ୍ରୀମାନଙ୍କ ପାଇଁ ଆଦର୍ଶ ବୋଲି ମତ ଦେଇଥିଲେ । ଏଥିସହିତ ସମ୍ଭାବନା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଥିବା ଘଟଣା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେଉ ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ସିପିଆଇଏମ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ଜୁମ ଆପ ମାଧ୍ୟମରେ ସମ୍ଭାବନାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସିପିଆଇଏମ ନେତା ନିର୍ମଳ ରଥ, ଗଣେଷ ସାହୁ ପ୍ରମୁଖ ଯୋଗ ଦେଇ ସମ୍ଭାବନାଙ୍କ ସପଂଳତା ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ମତ ଦେଇଥିଲେ । ଏହି ଅବସରରେ ସିପିଆଇଏମ ଦଳ ପକ୍ଷରୁ ମାନପତ୍ର ଓ ନଗଦ ରାଶିକୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ସେହିପରି ମାଧବାନନ୍ଦ ଷଡଙ୍ଗୀ ଫାଉଣ୍ଡେସନ ସମେତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମ୍ଭାବନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଭିମନ୍ୟୁ ଓଝା, ବ୍ରହ୍ମାନନ୍ଦ ବାରିକ, କିର୍ତନ ସାହୁ, ପ୍ରତ୍ୟୁଷ ସାହୁ, ମାଧବ କୁଣ୍ଡ, ଅଭୟ ଓଝା, ନରେନ୍ଦ୍ର ସାହୁ, ସୁବ୍ରତ ଯେନା, ଅନନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close