ନୟାଗଡ଼-ଚାନ୍ଦମା ଗୋଲେଇ ଛକରେ ବର୍ଷେ ହେଲା ଷ୍ଟ୍ରିଟ୍ ଲାଇଟ ଅଚଳ, ପଥଚାରୀ ହନ୍ତସନ୍ତ

ରଗଡି, ୧୨/୦୯(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ଯାଜପୁର ଜିଲ୍ଲାର କଳିଙ୍ଗନଗରକୁ ଦେଶର ଇସ୍ପାତ ରାଜଧାନୀ ବୋଲି କୁହାଯାଏ । ପୁନଶ୍ଚ, ବ୍ୟାସନଗର (ଯାଜପୁରରୋଡ) ହେଉଛି କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା । ପାଣିକୋଇଲି-ରାଜାମୁଣ୍ଡା ୨୦ ନଂ. ଜାତୀୟ ରାଜପଥ, ଯାଜପୁରରୋଡ-ନୟାଗଡ଼ (ନୂଆଗଡ଼), ନୟାଗଡ଼ (ନୂଆଗଡ଼)-ମିଲିଟାରୀ ଛକ (କଳିଙ୍ଗନଗର) ଏହି ୦୩ଟି ପ୍ରମୁଖ ରାସ୍ତାର ସଂଯୋଗ ସ୍ଥଳ ହେଉଛି ନୟାଗଡ଼ ଛକ । ଏହି ଏନ.ଏଚ୍ ଗୋଲେଇ ଛକରେ ହାଇମାକ୍ସ ଲାଇଟ ଜଳୁଥିଲା । ହେଲେ ଆଜକୁ ପ୍ରାୟ ୦୧ ବର୍ଷ ହେଲା ଏଠାରେ ଲାଇଟ୍ ଅଚଳ ଅବସ୍ଥାରେ ଅଛି । ବ୍ୟାସନଗର ପୈାର ପରିଷଦ ସେଠାରେ ଆଉ ନୂଆ ଲାଇଟ୍ ଲଗାଇ ନାହାନ୍ତି । ପାଖରେ ଯାଜପୁରରୋଡ ଆଦର୍ଶ ଥାନା ଅବସ୍ଥିତ । ରାତ୍ରୀରେ ଏକ୍ସପ୍ରେସ ବସଗୁଡିକ ଏଠାରେ ଯାତ୍ରୀ ଓହ୍ଲାଇ ଦେଇଥାନ୍ତି । ଯାତ୍ରୀମାନେ ବି କେଉଁଝର, ବଡ଼ବିଲ, ବଲାଣୀ, ଯୋଡା, ରାଉଲକେଲା ଆଦି ସ୍ଥାନକୁ ଯିବା ପାଇଁ ଏଠାରେ ବସକୁ ଅପେକ୍ଷା କରିଥାନ୍ତି । ଦୂରଗାମୀ ବସଗୁଡିକ ପ୍ରାୟତଃ ରାତ୍ରୀରେ ଚଳାଚଳ କରିଥାନ୍ତି । ହେଲେ ଆଲୁଅ ଅଭାବରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଯାତ୍ରୀଙ୍କ ସମେତ ପଥଚାରୀମାନେ । ଚୋରଙ୍କ ଭୟ ବି ବଢ଼ୁଛି । ବିଶେଷକରି ଛୋଟ ବଡ଼ ଦୁର୍ଘଟଣା ମଧ ଘଟୁଛି ଖାସ୍ ଏଇଥି ପାଇଁ । ବହୁ ଗାଡିରେ ରାତ୍ରୀରେ ଚୋରା କାଠର କାରବାର ହେଉଛି । ପୋଲିସ, ଜଂଗଲ ବିଭାଗ ରାତ୍ରୀରେ ଏହି ଛକରେ ଡ଼୍ୟୁଟି କଲା ବେଳେ ଅସୁବିଧା ହେଉଛି । ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ କ’ଣ ପାଇଁ ଲାଇଟ୍ ସଜଡ଼ା ଯାଉନାହିଁ କି ନୂଆ ଲାଇଟ୍ ଲଗାଯାଉ ନାହିଁ ତା’ର କାରଣ ଲୋକେ ବୁଝି ପାରୁ ନାହାନ୍ତି । ପୈାର ପ୍ରଶାସନ ଓ ନୂତନ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close