ଯାଜପୁର ‘କେସରିଆ ହିନ୍ଦୁ ବାହିନୀ’ ପକ୍ଷରୁ ଗଞ୍ଜାମ ଜିଲ୍ଲା ସହ-ପ୍ରଭାରୀଙ୍କ ବିୟୋଗରେ ଶୋକସଭା
ଦାନଗଦି, ୧୧/୦୯: ଯାଜପୁର ଜିଲ୍ଲା ‘କେସରିଆ ହିନ୍ଦୁ ବାହିନୀ’ ପକ୍ଷରୁ ଆଜି ସନ୍ଧ୍ୟାରେ ଦାନଗଦି ଠାରେ ସଂଗଠନର ଗଞ୍ଜାମ ଜିଲ୍ଲା ସହ-ପ୍ରଭାରୀ ଟି. ଟଙ୍କଧରଙ୍କ ବିଯୋଗରେ ଏକ ଶୋକ ସଭା ଯାଜପୁର ଜିଲ୍ଲା ଅଧ୍ୟକ୍ଷ ଅଭିମନ୍ୟୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପ୍ରବକ୍ତା ସୁବାସ ଚନ୍ଦ୍ର ବଳସାମନ୍ତ, ଜିଲ୍ଲା ସହ-ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ଅରୁଣ କୁମାର ମହାରଣା, ଜିଲ୍ଲା ସଚିବ ଶ୍ରୀକାନ୍ତ ମହାପାତ୍ର, ଦାନଗଦି ପ୍ରଖଣ୍ଡ ଅଧ୍ୟକ୍ଷ ଗୋପିନାଥ ରାଉତ, ଦାନଗଦି ପ୍ରଖଣ୍ଡ ମିଡିଆ ସେଲ ଅଧ୍ୟକ୍ଷ ଉମାକାନ୍ତ ମହାପାତ୍ର, ବ୍ୟାସନଗର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ୰ ଟି. ଟଙ୍କଧରଙ୍କ ସ୍ମୃତିଚାରଣ କରିଥିଲେ ।
Live Share Market