୧୬ ନଂ. ଜାତୀୟ ରାଜପଥର ସାହାପୁର-ଖଣ୍ଡିତର ଖରସ୍ରୋତା ବ୍ରିଜ୍‌ ଉପରେ ସଡ଼କ ଦୁର୍ଘଟଣାରେ ମାମୁଁ ଭଣଜା ମୃତ; ଉତେଜନା ଜାରୀ

କୁଆଖିଆ, ୧୦/୦୯ (ପଦ୍ମଲୋଚନ ନାୟକଙ୍କ ଠାରୁ): ଆଜି ଅପରାହ୍ନ ୪ଟାରୁ ୪ଟା ୩୦ ମିନିଟ୍ ମଧ୍ୟରେ ଚେନ୍ନାଇ-କଲିକତା ୧୬ନଂ ଜାତୀୟ ରାଜପଥର ସାହାପୁର-ଖଣ୍ଡିତର ମଝିରେ ଖରସ୍ରୋତା ନଦୀ ଉପରେ ଥିବା ବ୍ରିଜ୍ ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ନଗୁଆଁ-ଦରକୁଣ୍ଡି ଅଂଚଳର ମାମୁଁ ଓ ଭଣଜାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ମାମୁଁ ଓ ଭଣଜା ଗୋଟିଏ ମୋଟର ସାଇକେଲରେ ସାଂଗ ହୋଇ ଯାଉଥିବା ବେଳେ ପଛ ପଟୁ ଏକ ୧୦ ଚକିଆ ଟ୍ରକ୍ ଧକ୍କା ଦେଇଥିଲା । ସେମାନେ ତଳେ ଛିଟିକି ପଡିଥିବା ବେଳେ ଗାଡି ଚକ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ମାମୁଁ ଓ ଭଣଜାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ବାଡ଼େଇ ବାଡେଇ ତା’ର କାଚ ଆଦିକୁ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ପରେ ୧୬ନଂ. ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡି ଧାଡ଼ି ଧାଡ଼ି ହୋଇ ନାହିଁ ନ ଥିବା ଭିଡ଼ କରିଛନ୍ତି । ୩ ଘଂଟାରୁ ଉର୍ଦ୍ଧ ସମୟ ହେଲା ରାଜପଥରେ ଜାମ ହେବାରୁ ଗାଡି ଚଳାଚଳ ଥପ୍ ହୋଇଯାଇଛି । ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜାମ ଭାଙ୍ଗି ନାହିଁ । ପୋଲିସ ଘଟଣାସ୍ଥଳରେ ମହଜୁଦ୍ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଚଳାଇଛି । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗାଡି ଚଳାଚଳକୁ ସ୍ୱାଭାବିକ କରିବା ପାଇଁ କୁଆଖିଆ ପୋଲିସ ଉଦ୍ୟମ ଚଳାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close