ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ

ୱାଶିଂଟନ ; ୦୮/୧୧ : ବିଶ୍ୱରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ବାଇଡେନ ସରକାର। ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ପ୍ରାର୍ଥୀ ଜୋ ବାଇଡେନ ନିଜର ପ୍ରତିଦ୍ବନ୍ଦୀ ଡୋନାଲଡ଼ ଟ୍ରମ୍ପଙ୍କୁ ପରାସ୍ତ କରିଛନ୍ତି। ୭୭ ବର୍ଷୀୟ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।ବାଇଡେନଙ୍କ ପୁରାନାମ ଜୋସେଫ ରୋବିନେଟ ବାଇଡେନ ଜୁନିୟର ତାଙ୍କର ଜନ୍ମ ୨୦ନଭେମ୍ବର୧୯୪୨ରେ ।ସେ ବାରାକ ଓବାମା ପ୍ରଶାସନରେ ୨୦୦୯ରୁ୨୦୧୭ପର୍ଯ୍ୟନ୍ତ ଉପ-ରାଷ୍ଟ୍ରପତି ଥିଲେ। ଏହାସହିତ ଆମେରିକା ଇତିହାସରେ ପ୍ରଥମ ମହିଳା ଉପ-ରାଷ୍ଟ୍ରପତି ଭାବେ କମଲା ହାରିସ ନିର୍ବାଚିତ ହୋଇଛନ୍ତି। ସେ ୫୬ବର୍ଷୀୟା କାଲିଫର୍ଣ୍ଣିଆ ସିନେଟର ଭାରତୀୟ ମହିଳା ଭାବେ ପରିଚିତ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close