ବିଝାଂରପୁରରେ ସବୁଜ ଘାସ ଚାଷର ଶୁଭାରମ୍ଭ
ଯାଜପୁର, ୯ା୯ : ଜିଲ୍ଲାରେ ଗୋ-ଖାଦ୍ୟ ପାଇଁ ଦାନାର ଯେତିକି ଆବଶ୍ୟକତା ରହିଚ୍ଥି ସବୁଜ ଘାସର ଆବଶ୍ୟକତା ତା’ ଠାରୁ ଅଧିକ । ତେଣୁ ସବୁଜ ଘାସ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚଳିତ ବର୍ଷ ସହାୟତା ପ୍ରଦାନ ସହ ପ୍ରୋତ୍ସାହିତ କରାଯାଇଚ୍ଥି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି । ବିଂଝାରପୁର ବ୍ଳ୍କର ପଂତେପୁର ପଂଚାୟତର ନଚ୍ଥିପୁରା ଗ୍ରାମର ଚାଷୀ ପ୍ରଶାନ୍ତ ସ୍ୱାଇଁ ଚଳିତ ବର୍ଷ ପରୀକ୍ଷା ମୂଳକ ଭାବେ ଏକ ଏକର ଜମିରେ ଘାସ ଚାଷ କରିବାକୁ ଅଣ୍ଟା ଭିଡିଚ୍ଥନ୍ତି । ଏଥିପାଇଁ ଏମ୍.ଜି.ଏନ୍.ଆର.ଜି.ଏସ୍ ପକ୍ଷରୁ ତାଙ୍କୁ ୮୧ ହଜାର ଟଂକାର ସହାୟତା ସହ ଚାଷ ପ୍ରଣାଳୀ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଚ୍ଥି । ଜିଲ୍ଲା ପଶୁ ସମ୍ପଦ ବିଭାଗ ପକ୍ଷରୁ ତାଙ୍କୁ ତାଲିମ ଓ ଅନ୍ୟାନ୍ୟ କ୍ଷେତ୍ର ପାରଦର୍ଶିତା ସହଯୋଗ ପ୍ରଦାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ମତ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ପ୍ରଶାନ୍ତଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଘାସ ଚାଷକୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଶୁଭାରମ୍ଭ କରିବା ସହ ଏହା ଅନ୍ୟ ଚାଷୀମାନଙ୍କୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଚ୍ଥନ୍ତି । ଏହି ଶୁଭାରମ୍ଭ ସମୟରେ ବିଂଝାରପୁର ବି.ଡି.ଓ ମିନତୀ ଜଗଦେବ, ସହକାରୀ ଯନ୍ତ୍ରୀ ରଂଜନ କୁମାର ସାମଲ, ଏସ୍.ଡି.ଭି.ଓ ସଚିଦାନନ୍ଦ ପଣ୍ଡା, ଜେ.ଇ ପ୍ରଶାନ୍ତ ଦାସ, ମନରେଗାର ସଂଯୋଜକ ଚିନ୍ମୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।