ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ପାଳିତ

ବ୍ୟାସନଗର, ୩୦/୧୨(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ‘ଉଦୟବଟ’ର ପ୍ରତିଷ୍ଠାତା ଉପଦେଷ୍ଟା ରସାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ ମୁଖ୍ୟ ବକ୍ତା ଭାବେ, ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଓ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ବିଶିଷ୍ଟ ଅତିଥି ଭାବେ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଭାଗବତ ପ୍ରସାଦ ଦାସ, ପୂର୍ବତନ ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ମହାନ୍ତି, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର, ସାଂସ୍କୃତିକ ଓ ସଚେତନାଧର୍ମୀ କାର୍ଯ୍ୟକ୍ରମମାନ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ । ଏହା ବର୍ତମାନ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବାକୁ ବସିଛି । ‘ଉଦୟବଟ’ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନତାଙ୍କର ପ୍ରକୃତ ସେବା କରୁଛି ବୋଲି ସେମାନେ କହିଥିଲେ । ବିଶେଷକରି ‘କରୋନା’ ସମୟରେ ‘ଉଦୟବଟ’ ଅଭାବୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଂଚି ଯଥାସମ୍ଭବ ସହଯୋଗ କରିଛି । ବୃକ୍ଷରୋପଣ ଓ ବୃକ୍ଷର ରକ୍ଷଣାବେକ୍ଷଣ କରି ପରିବେଶ ସୁରକ୍ଷାରେ ଏହା ବହୁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ତଥା ଓଡ଼ିଶାର ପ୍ରଚଣ୍ଡ ସ୍ୱାଭିମାନୀ ଜନନେତା, ବିଧାୟକ ୰ ଅଶୋକ ଦାସଙ୍କର ତିରୋଧାନ ଦିବସକୁ ପ୍ରତି ବର୍ଷ ଇଚ୍ଛାର ସହ ପାଳନ କରି ସଂପାଦକ ଶ୍ରୀ ରାଉତ ଓ ଅନ୍ୟମାନେ ତାଙ୍କ ଗୁରୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧା ସୁମନ ଅର୍ପଣ କରିଆସୁଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ‘ଉଦୟବଟ’ ଏକ କ୍ଷୁଦ୍ର ସମ୍ବାଦପତ୍ର ହେଲେ ମଧ୍ୟ ତାହାର ଶାଣିତ ସ୍ୱର ଏବଂ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଏତିହ୍ୟ ପ୍ରତି ଥିବା ଅନୁରାଗ ଅତୁଳନୀୟ ବୋଲି ଅତିଥିମାନେ କହିଥିଲେ । ୨୦୨୦ ଅଗଷ୍ଟ ୧୫ ତାରିଖରୁ ‘ଉଦୟବଟ’ ଡିଜିଟାଲ ଜଗତରେ ପ୍ରବେଶ କରି ନିରବଚ୍ଛନ ଭାବେ ଖବର ପ୍ରସାରଣ କରିଆସୁଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ବାର୍ତ୍ତା ସଂପାଦକ ଉମାକାନ୍ତ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସହଯୋଗୀ ସଂପାଦକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ପ୍ରଦାନ କରିଥିଲେ । ସହ-ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି, ଶିକ୍ଷକ ଆଶିଷ ରଂଜନ ମଲ୍ଲିକ, ଶିକ୍ଷୟତ୍ରୀ ହରପ୍ରିୟା କର, କଳା ଶିକ୍ଷକ ଉଦୟ ଓଝା, ଶିକ୍ଷକ ଆଶିଷ ରଂଜନ ମଲ୍ଲିକ ପ୍ରମୁଖ ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା-୨୦୨୩ର ଫଳାଫଳ ଘୋଷଣା କରିଥିଲେ । ଛାତ୍ରୀ ସୈାଦାମିନୀ ରାଉତରାୟ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ପଣ୍ଡିତ ଦୀପକ ରଂଜନ ପାଣିଗ୍ରାହୀ ବେଦପାଠ କରିଥିଲେ । ପ୍ରଥମେ ଅତିଥି, ସାମ୍ବାଦିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୩ଜଣଙ୍କୁ ‘ଉଦୟବଟ ସମ୍ମାନ-୨୦୨୩’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ-ଶିକ୍ଷା ପାଇଁ ଶିକ୍ଷାବିତ୍ ତଥା ଦାନଗଦି ସ୍ଥିତ ‘ବୁଦ୍ଧରାଜା ବିଦ୍ୟାପୀଠ’ର ବରିଷ୍ଠ ଶିକ୍ଷକ ଗଣନାଥ ମହାରଣା, ଭିପିଏସର ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ରାଜନୀତି ପାଇଁ ୩୩ନଂ. ଜୋନର ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି ଓ ତୃଣମୂଳ ସ୍ତରର ନେତା ବାଦଲ ମହାନ୍ତି, ସମାଜସେବା ପାଇଁ ଦୁର୍ଯ୍ୟୋଧନ ରାଉତ, ସାମ୍ବାଦିକତା ପାଇଁ ଭରତ ଚନ୍ଦ୍ର ରାଉତ, ଉମାକାନ୍ତ ମହାପାତ୍ର ଓ ରାଜୀବ ଲୋଚନ ବେହେରା, ସରକାରୀ କର୍ମଚାରୀ ବିନୋଦ ବିହାରୀ ଜେନା, ସମାଜସେବୀ ଓ ଶ୍ରମିକ ନେତା ରଘୁନାଥ ମାଝୀ, ଯୁବ ପ୍ରତିଭା ଭାବେ ପ୍ରଲୁବ୍ଧ କୁମାର ଜେନା ଓ ଧର୍ମେନ୍ଦ୍ର କୁମାର ରାଉତ, ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହ ଚରଣ ଦଳେଇ ପ୍ରମୁଖ । ସେମାନଙ୍କୁ ଅତିଥିମାନେ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ‘ଉଦୟବଟ’ର ସ୍ୱନକ୍ଷତ୍ର ସଂଖ୍ୟା, ‘ଉଦୟବଟ କ୍ୟାଲେଣ୍ଡର-୨୦୨୪’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗତ ନଭେମ୍ବର ଓ ଚଳିତ ଡିସେମ୍ବର ଦୀର୍ଘ ୦୨ମାସ ଧରି ‘ଉଦୟବଟ’ ଦ୍ୱାରା ଅନୁଷ୍ଠିତ ହୋଇଥିବା ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ୨୦୦ରୁ ଉର୍ଦ୍ଧ ଜଣ କୃତି ପ୍ରତିଯୋଗୀଙ୍କୁ ୧ମ ଓ ୨ୟ ପର୍ଯ୍ୟାୟରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ତା ୨୮/୧୨/୨୦୨୩ରେ ଅବଶିଷ୍ଟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଫେରୋକ୍ରୋମ କାରଖାନା ଏଜିଏମ ରଶ୍ମିରଂଜନ ବିଶ୍ୱାଳ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଦେବୀ ପ୍ରସାଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ନେତା, ସମାଜସେବୀ, ଶିକ୍ଷାବିତ୍‌, ସାମ୍ବାଦିକ ଯଥା- ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ଶ୍ରମିକ ନେତା ଅରୁଣ ଦାସ, ସମାଜସେବୀ ରାମଚନ୍ଦ୍ର ବାରିକ, କୋରେଇ ଉନ୍ନୟନ ପରିଷଦର ସଂପାଦକ ଯୁବ ସମାଜସେବୀ ଆଲୋକ କୁମାର ଦାଶ, କେରଳର ବିଶିଷ୍ଟ ଉଦ୍ୟୋଗୀ ଜି. ସୁରେନ୍ଦ୍ରନ୍ ପିଲାଇ, ସାମ୍ବାଦିକ ପଦ୍ମଲୋଚନ ନାୟକ ପ୍ରମୁଖ ଯୋଗ ଦେଇ ୰ ଅଶୋକ ବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏସମସ୍ତ କାର୍ଯ୍ୟକ୍ରମରେ ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ସୁମିତ୍ରା ମିଶ୍ର, ଲୀପ୍ସା ବାଇ, ସୁମତି ବାରିକ, ସମୀର କୁମାର ମିଶ୍ର, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ସନ୍ତୋଷ କୁମାର ଖୁଂଟିଆ, ପ୍ରୀତିପାଲ ସିଂ, ପ୍ରଦୀପ ବାରିକ, ଅସିତ୍ ଦାସ, ସୁବାସ ଜେନା, ସନାତନ ମଲ୍ଲିକ, ମନୋଜ ସାମଲ, ହରଦୟାଲ ସିଂ, ଦିଲୀପ ପଣ୍ଡା, କାଳନ୍ଦି ବାରିକ, ରତିକାନ୍ତ ମହାନ୍ତି, ପ୍ରଶାନ୍ତ ମହାପାତ୍ର, ନିରୋଦ ବେହେରା ପ୍ରମୁଖ ୰ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ‘ଉଦୟବଟ’ର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close