ବିଧାୟକଙ୍କ ଆରୋଗ୍ୟ କାମନା କରି ଘଷିପୁର। ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦ୍ଵୀପ
ଆନନ୍ଦପୁର, ୭।୯: ଆନନ୍ଦପୁର ବିଧାୟକଙ୍କ ଆରୋଗ୍ୟ କାମନା କରି ଘଷିପୁର। ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦ୍ଵୀପ ଦାନ କରାଯାଇଥିବା ଜଣାଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ କରୋନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆଦିତ୍ୟ ଅଶ୍ୱିନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ଘଷିପୁରା ଗ୍ରାମର ଜଗନ୍ନାଥ ମନ୍ଦିରରେ ଯୁବ ନେତା ଆଶିଷ ବେହେରାଙ୍କ ସଂଯୋଯୋନାରେ ଅଖଣ୍ଡ ଦ୍ଵୀପ ଜଳାଇ ତାଙ୍କୁ ଖୁବ ଶୀଘ୍ର ଆରୋଗ୍ୟ ହେବା ସହ ଲୋକଙ୍କ ସେବା କରିବା ପାଇଁ ଶକ୍ତି ଓ ସାହାସ ଦିଅନ୍ତୁ ସେଥିପାଇଁ ସମସ୍ତେ ହାତ ଯୋଡି ମହାପ୍ରଭୁ ନିକଟରେ ଗୁହାରି ଜଣାଇଥିଲେ ଜ୍ଝ ଏହି କାର୍ୟ୍ୟକ୍ରମରେ ସିଦ୍ଧାର୍ଥ ସାହୁ, ଅବିନାଶ ସାହୁ, ମହେଶ୍ୱର ସାହୁ, ବିଜୟ ଚନ୍ଦନ ବେହେରା, ସିପୁନ ବେହେରା, ସାହୁ, ସୁବ୍ରତ ବେହେରା, ଅକ୍ଷୟ ସାହୁ, ମାନସ କୁମାର ସାହୁ, ମନ୍ମଥ ସାହୁ, ଗୌତମ ଚରଣ ସାହୁ, ତପନ ଦାସ, ବେଦ ପ୍ରକାଶ ସାହୁ, ଲୋକନାଥ ସେଠୀ, ରାକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Live Share Market