ଅର୍ଥ ବ୍ୟବସ୍ଥାର ମୁଖ୍ୟ ବିଶେଷଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ଅଭିଜିତ ସେନଙ୍କ ପରଲୋକ

ନୂଆଦିଲ୍ଲୀ, ୩୦ /୦୮ (ନି ପ୍ର ): ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ମୁଖ୍ୟ ବିଶେଷଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ଅଭିଜିତ ସେନ ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବେଶ କିଛିଦିନ ହେବ ସେ ରୋଗଗ୍ରସ୍ତ ଥିଲେ । ଅଭିଜିତ ସେନଙ୍କ ମୃତ୍ୟୁ ସର୍ମ୍ପକରେ ତାଙ୍କ ଭାଇ ସୂଚନା ଦେଇଛନ୍ତି ।ସେ ଚାରି ଦଶକରୁ ଅଧିକ ସମୟର ଏକାଡେମିକ କ୍ୟାରିୟରରେ କିଛି ବଡ ବଡ ସଂସ୍ଥାନରେ ଶିକ୍ଷାଦାନ କରିଛନ୍ତି । ଅଭିଜିତ ସେନ ୧୯୮୫ରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି । ସେଠାରେ ସେ ଆର୍ଥିକ ଅଧ୍ୟୟନ ସମ୍ପର୍କରେ ପଢାଉଥିଲେ । ଏହାପରେ ସେ ଅକ୍ସଫୋର୍ଡ, କେମ୍ବ୍ରିଜ ଓ ଏସେକ୍ସରେ ଅର୍ଥଶାସ୍ତ୍ର ପଠାଇଛନ୍ତି । ଏହା ବ୍ୟତୀତ ସେ ୨୦୦୪-୨୦୧୪ ପର୍ଯ୍ୟନ୍ତ ଯୋଜନା ଆୟୋଗର ସଦସ୍ୟ ଥିଲେ ଓ ୧୯୯୭-୨୦୦୦ ପର୍ଯ୍ୟନ୍ତ କୃଷି ମୂଲ୍ୟ ଓ ମୂଲ୍ୟ ଆୟୋଗର ଚେୟାରମ୍ୟାନ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close