ନିୟମ ଖିଲାପ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର , ୮/୯ :  ବେପରୁଆ  ସାବଧାନ !  ବାହାରକୁ ଯିବାବେଳେ ମାସ୍କ  ନେବାକୁ ଭୁଲନ୍ତୁ ନାହିଁ ,  ବଜାରରେ ଭିଡ଼ ଜମାନ୍ତୁ ନାହିଁ , ସାମାଜିକ ଦୂରତା ବଜାୟ ରଖନ୍ତୁ ନହେଲେ ଆଉ ତ୍ରାହି ନାହିଁ । ବୁଧବାର ଠାରୁ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ସୂଚନା ମିଳିଛି । ନିୟମ ନ ମାନିଲେ ପୁଲିସ ଓ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।  ଏ ନେଇ ସତର୍କତାର ବାର୍ତ୍ତା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସେପ୍ଟେମ୍ବରରୁ ଲାକଡାଉନ ଓ ସଟଡାଉନ କୋହଳ କରାଯାଇଛି ଏହାର ମାନେ ନୁହେଁ ଯେ ଆମେମାନେ କରୋନାରୁ ମୁକ୍ତ । ଯେ ପର୍ଯ୍ୟନ୍ତ  କୋଭିଡ଼ ଟୀକା ପହଞ୍ଚିପାରିନି  ସେ ପର୍ଯ୍ୟନ୍ତ ପୂର୍ବଭଳି  ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । କେବଳ ମାସ୍କ ଏବଂ ସାମାଜିକ ଦୂରତା ଆପଣାଇଲେ ଆମେ ନିଜେ ବଞ୍ଚିବା ସଙ୍ଗେ ସଙ୍ଗେ  ସମାଜକୁ ବଞ୍ଚାଇ ପାରିବା । କିଛି ଅମାନିଆ ଗାଡିଚାଳକ କାମ ନ ଥାଇ ବଜାରରେ ଦୋକାନ ସାମ୍ନାରେ ଗହଳି କରୁଛନ୍ତି । କିଛି ବିନା ମାସ୍କ ରେ ବାଇକ ଚଲାଉଥିବାର  ଦେଖିବାକୁ ମିଳିଛି । ରାସ୍ତା କଡରେ ଥିବା ଜଳଖିଆ ଦୋକାନ ,ଦହିବରା , ଗୁପ ଚୁପ ଆଦି ସ୍ଥାନରେ ଅଯଥା ଭିଡ଼ ଜମୁଥିବାର  ଦେଖିବାକୁ ମିଳିଛି । ଖାସକରି ସନ୍ଧ୍ୟା ସମୟରେ ସାମାଜିକ ଦୂରତାକୁ ନ ମାନି ଭିଡ଼ ଜମୁଥିବା ଚିନ୍ତାର କାରଣ ସାଜିଛି । ଏହା ସାବ୍ୟସ୍ତ କରୁଛି ଯେ ଆମେ ନିଜେ ଜାଣିଶୁଣି କରୋନାକୁ ନିମନ୍ତ୍ରଣ କରୁଛନ୍ତି । ଏହି ପରିସ୍ଥିତିକୁ ଆମେ ନିଜେ ହିଁ ନିୟନ୍ତ୍ରଣକୁ  ଆଣିପାରିଵା ଯେତେବେଳେ ଆମେ ବ୍ୟବହାରିକ ଏବଂ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆଣିବା । ଶ୍ରୀ ଜେନା କହିଛନ୍ତି ନିଜ ସ୍ତରରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ବୁଧବାର ଠାରୁ ସାରା ରାଜ୍ୟରେ କଡାକଡି ଯାଞ୍ଚ ହେବା ସହ ଦଣ୍ଡ ବିଧାନ କରାଯିବ ବୋଲି ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close