ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ଏବଂ ଯୋଗ ଶିବିର ପକ୍ଷରୁ ମେଧାବୀ ଡ଼ାକ୍ତର ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବ୍ୟାସନଗର, ୧୩.୧୦(ଉ. ନ୍ୟୁଜ୍ ବ୍ୟରୋ): ସ୍ଥାନୀୟ ଚୋରଦା ସ୍ଥିତ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ କାର୍ଯ୍ୟାଳୟରେ ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଆବାହକତ୍ୱରେ ଆଜି ସକାଳେ ସ୍ଥାନୀୟ କପିଳେଶ୍ୱର କଲୋନି ନିବାସୀ ଜୟନ୍ତ କୁମାର ଜେନା ଓ ମାତା ସନ୍ଧ୍ୟାରାଣୀ ଜେନାଙ୍କ ସୁପୁତ୍ର ଚୀରଞ୍ଜିତ୍ ଜେନାଙ୍କୁ ତାଙ୍କର ସଫଳତା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ, ମେଧାବୀ ଛାତ୍ର ଚୀରଞ୍ଜିତ୍ ସ୍ଥାନୀୟ କହ୍ନେଇପୁର ସ୍ଥିତ ‘ସେଂଟ୍‌ମେରୀ’ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୧୦ମ ଶ୍ରେଣୀରେ କୃତିତ୍ୱର ସହ ପାସ କରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ‘ଡିଏଭି’ ସ୍କୁଲରୁ ପାସ କରି ‘ନିଟ୍‌’ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବାଲେଶ୍ୱରରେ ମେଡିକାଲ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ କଲେଜ ଅଧ୍ୟକ୍ଷ ରବିନାରାୟଣ ପଣ୍ଡା, ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି, ମଂଚର ବରିଷ୍ଠ ସଭ୍ୟ ଲମ୍ବୋଦର ମଲ୍ଲିକ, କମଳଲୋଚନ ସାହୁ, ମହେଶ୍ୱର ପ୍ରଧାନ, କୈଳାସ ଚନ୍ଦ୍ର ବେହେରା, ସନାତନ ମଲ୍ଲିକ, ଅଞ୍ଜଳି ସାହୁ, ସନ୍ଧ୍ୟାରାଣୀ ଜେନା, ବିନୋଦିନୀ ବଳ, ଆନନ୍ଦ ଚନ୍ଦ୍ର ସାହୁ, ଯୋଗ ଗୁରୁ ବିଭୀଷଣ ନାୟକ, ରାଜେନ୍ଦ୍ର ପାଣିଗ୍ରାହୀ, ଭାଗ୍ୟଧର କର ପ୍ରମୁଖ ଯୋଗ ଦେଇ ଚୀରଞ୍ଜିତ୍‌ଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସଂଗେ ସଂଗେ ଜଣେ ସଫଳ ଡ଼ାକ୍ତର ହୋଇ ଦୁଃଖିରଂଙ୍କିଙ୍କ ସେବା କରିବାକୁ ଆଶାବ୍ୟକ୍ତ କରିଥିଲେ । ଶେଷରେ ଶଙ୍କର୍ଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close